ହ୍ଵାଟ୍ସଆପ୍‌ରେ ଏମିତି Secretly ଦେଖନ୍ତୁ କାହାର ବି ଷ୍ଟାଟସ୍‌, ଟିକେ ବି ତାଙ୍କୁ ଲାଗିବନି ପତ୍ତା

ହ୍ଵାଟ୍ସଆପ୍‌ ୨୦୧୮ରେ ଷ୍ଟାଟସ୍‌ ଫିଚରକୁ ଲଞ୍ଚ୍‌ କରିଥିଲା । ଏହି ଫିଚର ଆରମ୍ଭ ହୋଇଥିବାବେଳେ ଏହାକୁ ବହୁତ କମ୍‌ ପସନ୍ଦ କରାଯାଉଥିଲା । କିନ୍ତୁ ପରେ ପରେ ଏହା ନିଜର ଫିଲିଙ୍ଗସକୁ ସେୟାର କରିବାର ସବୁଠାରୁ ବଡ଼ ଜରିଆ ହୋଇଯାଇଛି। ଯେଉଁଠି ଫଟୋ, ଭିଡିଓ ଏବଂ ଟେକ୍ସଟ ଜରିଆରେ ନିଜର ଫିଲିଙ୍ଗସକୁ ଏକ୍ସପ୍ରେସ୍‌ କରିହେଉଛି। ଏହି ଷ୍ଟାଟସକୁ ଆମେ ୨୪ ଘଣ୍ଟା ପର୍ଯ୍ୟନ୍ତ ନିଜ ଫୋନରେ ରଖି ପାରିବା ।

ଅନେକ ଥର ଏମିତି ବି ହୋଇଥାଏ ଯେ ଆମେ କାହାର ଷ୍ଟାଟସ ଦେଖିବାକୁ ଚାହିଁଥାଉ, କିନ୍ତୁ ତାଙ୍କୁ ଜଣାପଡିଯିବ ଭାବିକି ରହିଯାଇଥାଉ । ଏଥିପାଇଁ ଯଦି ଆପଣ କାହା ଷ୍ଟାଟସ୍‌ ଦେଖିବାକୁ ଚାହୁଁଛନ୍ତି । ଆଉ ଚାହୁଁଛନ୍ତି ଯେ ତାଙ୍କୁ ଜଣାନପଡୁ ତାହେଲେ ଗୋଟେ ଟ୍ରିକ ଅଛି । ଆପଣ ଏହି ଟ୍ରିକ ସାହାଯ୍ୟରେ ଷ୍ଟାଟସ୍‌ ଦେଖିପାରିବେ ଏବଂ ତାଙ୍କୁ ଟିକେ ବି ଏ ବିଷୟରେ ଜଣାପଡିବନି। ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ତରିକା।

wishhଯଦି ଆପଣ ଚାହୁଁଛନ୍ତି କାହାର ଷ୍ଟାଟସ ଦେଖିବେ ଏବଂ ତାଙ୍କୁ ଏ ବିଷୟରେ ଜଣାପଡିବନି। ତାହେଲେ ଏଥିପାଇଁ ଆପଣଙ୍କୁ ନିଜର Read receipts ଅପସନକୁ ଟର୍ନ ଅଫ୍‌ କରିବାକୁ ହେବ। Read receiptsକୁ ବନ୍ଦ କରିବା ପାଇଁ ହ୍ଵାଟସଅପକୁ ଓପନ କରନ୍ତୁ ଏବଂ ଏହାପରେ ପ୍ରାଇଭେସୀକୁ ଯାଆନ୍ତୁ। ଏହାପରେ ଆପଣଙ୍କୁ Read receiptsର ଟଗଲ ଦେଖାଇବ ତାହାକୁ ବନ୍ଦ କରିଦିଅନ୍ତୁ। ଏମିତି କରିବା ପରେ ଆପଣ ଯେତେବେଳେ ବି କାହାର ଷ୍ଟାଟସ୍‌ ଚେକ କରିବେ ଆପଣଙ୍କ ନାମ ତାଙ୍କୁ ଜଣାପଡିବନି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାକୁ ବନ୍ଦ କରିବା ପରେ ଆପଣଙ୍କୁ ଆସିଥିବା ମେସେଜରେ ବି ବ୍ଲୁଟିକ ଦେଖାଇବନାହିଁ। ଏହା ଆପଣଙ୍କ ସବୁ ଚାଟସ୍‌ ପାଇଁ ବି ହେବ। ଏମିତିରେ ଆପଣ କାହାର ମେସେଜକୁ ଦେଖିଥିବେ କିମ୍ବା ପଢ଼ିଥିବେ କିନ୍ତୁ ତାଙ୍କୁ ବ୍ଲୁଟିକ ଦେଖାଇବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.