Below header

କରୋନା ବଦଳାଇ ଦେଲା ବୃତ୍ତି: ଯାତ୍ରା ଜଗତର ଚର୍ଚ୍ଚିିତ ଖଳନାୟକ ଏବେ ଅଟୋ ପାର୍ଟସ୍ ଦୋକାନୀ

ଯାଜପୁର : ମହାମାରୀ କରୋନା ଯୋଗୁ ସବୁ ବର୍ଗର ଲୋକ ହୋଇଛନ୍ତି ପ୍ରଭାବିତ । କାମଧନ୍ଦା ବନ୍ଦ ଯୋଗୁ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ଲୋକେ । ଏଥିରୁ ବାଦ ପଡିନାହାନ୍ତି କଳାକାର । କିଛି କଳାକାର କରୋନା ସମୟରେ ନିଜ ବୃତିକୁ ବଦଳାଇଦେଇଛନ୍ତି । କେବଳ ନିଜର ପରିବାର ପ୍ରତିପୋଷଣ ପାଇଁ । ସେହିଭଳି ଜଣେ କଳାକାର ହେଉଛନ୍ତି ଯାତ୍ରା ଜଗତର ଚର୍ଚ୍ଚିିତ ଖଳନାୟକ ଜଳଧର ତରାଇ । ଯାହାଙ୍କ ପରିଚୟ ଏବେ ଅଟୋ ପାର୍ଟସ୍ ଦୋକାନୀ ।

artistଜଳଧର ତରାଇ । ଓଡିଆ ଯାତ୍ରା ଜଗତର ଜଣେ ଆଗଧାଡିର ଅଭିନେତା । ଯାତ୍ରା ଦୁନିଆଁର ଖଳନାୟକ ଭାବେ ବେଶ ଜଣାଶୁଣା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତରପ୍ରତାପ ପଂଚାୟତ ନରସିଂହପୁର ଗ୍ରାମର ଭୀମସେନ ତରାଇଙ୍କ ପୁଅ ହେଉଛନ୍ତି ଜଳଧର । ପିଲାଦିନୁ ଡ୍ରାମାରେ ଅଭିନୟ କରୁ କରୁ କଳାକାର ହେବାକୁ ମନ ବଳାଇଥିଲେ । ପରେ ଯାତ୍ରା ଜଗତକୁ ବାଛି ନେଇଥିଲେ । ପ୍ରଥମେ ଶିବାନୀ ଗଣନାଟ୍ୟରୁୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପରେ ତୁଳସୀ, ଇଷ୍ଟର୍ଣ୍ଣ ଅପେରା, ବାଘାଜତୀନ ଭଳି ଗଣନାଟ୍ୟରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ଜଳଧର । ତେବେ ଯାତ୍ରାରେ ତାଙ୍କର ଖଳନାୟକ ଚରିତ୍ର ଦର୍ଶକଙ୍କ ବେଶ୍ ଆଦୃତି ହୋଇଥିଲା । ଏବେ କରୋନା ଯୋଗୁ ତାଙ୍କର ବୃତି ବଦଳି ଯାଇଛି । ଅଭିନେତାରୁ ଏବେ ସେ ଅଟୋ ପାର୍ଟସ ଦୋକନୀ ପାଲଟିଯାଇଛନ୍ତି ।

artistତୁଳସୀ ଗଣନାଟ୍ୟର ନାଟକ ‘କାହାଣୀ ଲାଗୁଛି ନୂଆ’, ଶିବାନୀର ‘ରୁବି ତୋର ରୂପ ହଜାରେ’, ଇଷ୍ଟର୍ଣ୍ଣ ଅପେରାରର ‘ସରକାର ମୋତେ ଫାସିଦିଅ’, ବାଘାଜତୀନ ଗଣନାଟ୍ୟର ‘ତୋ ନାଁରେ ମୋ ନାଁକୁ ଦେଇଛି ଯୋଡି’ ଆଦି ନାଟକରେ ଜଳଧରଙ୍କ ଅଭିନୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ଜଳଧର ଏବେ ଗାଁ ନିକଟ ଘାଟକୂଳରେ ଏହି ପାର୍ଟସ ଦୋକାନ ଖୋଲିଛନ୍ତି । ଏହିଥିରେ ହିଁ ତାଙ୍କର ଗୁଜୁରାଣ ମେଂଟାଉଛନ୍ତି । ରାତିର ରଙ୍ଗମଂଚରେ ନିଜର ଅଭିନୟରେ ଦର୍ଶକଙ୍କୁ ମତୁଆଲା କରୁଥିବା କଳାକାରଙ୍କ ପରିବାର କରୋନା କାଳରେ କେମିତି ଅଛନ୍ତି ତାହା ବଖାଣିଛନ୍ତି ଜଳଧର ଓ ତାଙ୍କର ପରିବାର ଲୋକେ । ତଥାପି ଆଶା ଅଛି ପୁଣି ଥରେ ଯାତ୍ରା ମଂଚର ଝିଲିମିଲି ଆଲୁଅକୁ ଫେରିବେ । ଆଉ ଅଭିନୟ କରି ଦର୍ଶକଙ୍କ ମନ ଜିତିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.