କରୋନା ଭାଇରସ

ଝାରସୁଗୁଡାରେ ସୁପର ସ୍ପେଡର: ଭୋଜି କରି ୧୭ଜଣଙ୍କୁ ବାଣ୍ଟିଲେ କରୋନା ଭାଇରସ୍

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡାରେ ସୁପର ସ୍ପେଡର । ଦିନକୁ ଦିନ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ବର୍ତ୍ତମାନ ଝାରସୁଗୁଡାରୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା। ଭୋଜି ଖାଇ ୧୭ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ ହୋମ କ୍ୱାରେଣ୍ଟାଇନରେ ରହି ଜନ୍ମଦିନ ପାଳନ କରିବା ଓ ବିବାହ ବାର୍ଷିକୀରେ ଯୋଗ ଦେବା କିଛି ଲୋକଙ୍କୁ ମହଙ୍ଗା ପଡିଛି ।

ଝାରସୁଗୁଡା ଜିଲ୍ଲାରେ ଗତକାଲି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ବ୍ରଜରାଜନଗର ଓପିଏମ୍ କଲୋନୀର ୧୭ ଜଣ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଯୋଗ ଦେଇ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି । ଗତ ୬ ତାଖର ଦିନ ଗୁରୁଗାଓଁରୁ ଜଣେ ମହିଳା ଓପିଏମ୍ ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରକୁ ଆସି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସହ ସ୍ୱାମୀ ଓ ପୁଅ ମଧ୍ୟ ଆସିଥିଲେ । ହୋମ୍ କ୍ବାରେଣ୍ଟାଇନରେ ରହି ପୁଅର ଜନ୍ମ ଦିନ ପାଳନ କରିଥିଲେ। ଏଥିରେ କଲୋନୀର ପଡ଼ୋଶୀ ଯୋଗ ଦେଇଥିଲେ।

ଏହାସହ କୋଭିଡ ନିୟମ ଉଲଂଘନ କରି କଲୋନୀର ଏକ ଦମ୍ପତ୍ତିଙ୍କର ବିବାହ ବାର୍ଷିକୀରେ ସମସ୍ତେ ମିଶି ଯୋଗ ଦେଇଥିଲେ । ଯାହାଫଳରେ କଲୋନୀବାସୀଙ୍କ ଏହି ଖାଲଖିଆଲି ଯୋଗୁଁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବ୍ଯାପିବା ସହିତ ଏତେ ସଂଖ୍ଯକ ଲୋକ ସଂକ୍ରମିତ ହେଲେ ।ତେବେଅନ୍ଯପଟେ ଦୁଇ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

 

 

Sonalisa

Recent Posts

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

26 seconds ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

35 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

47 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago