Below header

ଝାରସୁଗୁଡାରେ ସୁପର ସ୍ପେଡର: ଭୋଜି କରି ୧୭ଜଣଙ୍କୁ ବାଣ୍ଟିଲେ କରୋନା ଭାଇରସ୍

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡାରେ ସୁପର ସ୍ପେଡର । ଦିନକୁ ଦିନ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ବର୍ତ୍ତମାନ ଝାରସୁଗୁଡାରୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା। ଭୋଜି ଖାଇ ୧୭ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ ହୋମ କ୍ୱାରେଣ୍ଟାଇନରେ ରହି ଜନ୍ମଦିନ ପାଳନ କରିବା ଓ ବିବାହ ବାର୍ଷିକୀରେ ଯୋଗ ଦେବା କିଛି ଲୋକଙ୍କୁ ମହଙ୍ଗା ପଡିଛି ।

COVID19-positiveଝାରସୁଗୁଡା ଜିଲ୍ଲାରେ ଗତକାଲି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ବ୍ରଜରାଜନଗର ଓପିଏମ୍ କଲୋନୀର ୧୭ ଜଣ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଯୋଗ ଦେଇ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି । ଗତ ୬ ତାଖର ଦିନ ଗୁରୁଗାଓଁରୁ ଜଣେ ମହିଳା ଓପିଏମ୍ ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରକୁ ଆସି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସହ ସ୍ୱାମୀ ଓ ପୁଅ ମଧ୍ୟ ଆସିଥିଲେ । ହୋମ୍ କ୍ବାରେଣ୍ଟାଇନରେ ରହି ପୁଅର ଜନ୍ମ ଦିନ ପାଳନ କରିଥିଲେ। ଏଥିରେ କଲୋନୀର ପଡ଼ୋଶୀ ଯୋଗ ଦେଇଥିଲେ।

ଏହାସହ କୋଭିଡ ନିୟମ ଉଲଂଘନ କରି କଲୋନୀର ଏକ ଦମ୍ପତ୍ତିଙ୍କର ବିବାହ ବାର୍ଷିକୀରେ ସମସ୍ତେ ମିଶି ଯୋଗ ଦେଇଥିଲେ । ଯାହାଫଳରେ କଲୋନୀବାସୀଙ୍କ ଏହି ଖାଲଖିଆଲି ଯୋଗୁଁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବ୍ଯାପିବା ସହିତ ଏତେ ସଂଖ୍ଯକ ଲୋକ ସଂକ୍ରମିତ ହେଲେ ।ତେବେଅନ୍ଯପଟେ ଦୁଇ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.