କରୋନା ଭାଇରସ

ଏବେ ହାତୀଙ୍କଠାରୁ ମିଳୁଛି କରୋନା ଲକ୍ଷଣ ! ଭାରତର ଏହି ଚିଡିଆଖାନାର ୨ ହାତୀଙ୍କୁ କରାଗଲା କ୍ୱାରେଣ୍ଟାଇନ

ସାରା ଦୁନିଆରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ପ୍ରଭାବ ମଣିଷ ଉପରେ ରହିଥିଲା। କିନ୍ତୁ ଏବେ ଏହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ଏମିତି କିଛି ଖବର ଡେରାଡୁନର ରାଜାଜୀ ପାର୍କରୁ ସାମ୍ନାକୁ ଆସିଛି। ଏଠାରେ ଚିଲା ରେସକ୍ୟୁ ସେଣ୍ଟରରେ 2 ହାତୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ କରି ଦିଆଯାଇଛି। ଦୁଇଜଣଙ୍କ ନମୁନା ମଧ୍ୟ ନିଆଯାଇଛି ଏବଂ ହାତୀଦ୍ବୟଙ୍କୁ ପରୀକ୍ଷଣ ନିମନ୍ତେ ବରେଲି ପଠାଇ ଦିଆଯାଇଛି।

ସୂଚନାଥାଉ କି, ରାଜାଜୀ ପାର୍କର ଚିଲା ରେସକ୍ୟୁ ସେଣ୍ଟରରେ ବର୍ତ୍ତମାନ 6ଟି ହାତୀ ଅଛନ୍ତି। ଏବେ 2 ହାତୀଙ୍କୁ ବାକି 4 ହାତୀଙ୍କ ଠାରୁ ଅଲଗା କରି ଦିଆଯାଇଛି ଏବଂ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି। ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, 22 ମାର୍ଚ୍ଚରେ ସୁଲତାନ ନାମକ ଏକ ହାତୀର ସ୍ବାସ୍ଥ୍ୟବସ୍ଥା ପ୍ରଥମେ ବିଗିଡିଥିଲା। 3 ବର୍ଷର ଏହି ହାତୀକୁ ଜ୍ୱର ହୋଇଥିଲା। ତା’ପରେ ଶରୀରରେ କିଛି ଚର୍ମରୋଗ ଦେଖିବାକୁ ମିଳିଥିଲା। ଏହାର କିଛିଦିନ ଭିତରେ ହିଁ ରାଣୀ ନାମକ ଆଉ ଏକ ହାତୀ ଅସୁସ୍ଥ ହୋଇପଡିଲା। ତା’ଠାରେ ବି ଏହି ପ୍ରକାର ଲକ୍ଷଣ ଦେଖାଯାଇଥିଲା।

ପାର୍କର ଭେଟେନାରୀ ଡାକ୍ତର ଅଦିତି ଶର୍ମା କହିଛନ୍ତି, ‘ଦୁଇ ହାତୀଙ୍କୁ ଆନିମଲ ପକସ ହୋଇଛି, ଯାହାକି ଦ୍ରୁତ ଗତିରେ ବ୍ୟାପୁଛି। କାହା ଅନ୍ୟ ସଂସ୍ପର୍ଶରେ ଆସିବାରେ ତାକୁ ବି ଏହି ରୋଗ ଡେଉଁଛି’। ଅନ୍ୟପକ୍ଷରେ ହାତୀଙ୍କଠାରେ ଏଭଳି ଲକ୍ଷଣ ଦେଖାଯିବା ପରେ ପାର୍କ ପ୍ରଶାସନ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ କରାଇ ଦେଇଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, ବର୍ତ୍ତମାନ ଦୁଇଟି ହାତୀ ପାଖାପାଖି ସୁସ୍ଥ ହୋଇସାରିଛନ୍ତି। କେନ୍ଦ୍ରରୁ ମିଳିଥିବା ଗାଇଡଲାଇନସ ଅନୁସାରେ 16 ଏପ୍ରିଲରେ ସେମାନଙ୍କ ନମୁନା ନିଆଯାଇଛି ଏବଂ ଆଇବିଆରଆଇ ବରେଲି ପଠାଇ ଦିଆଯାଇଛି। ଅମିତ ବର୍ମା କହିଛନ୍ତି, ‘ଚିଡିଆଖାନାରେ କୌଣସି କର୍ମଚାରୀ କିମ୍ବା ଜୀବଜନ୍ତୁଙ୍କଠାରେ କୌଣସି ବି ପ୍ରକାର ଅସୁବିଧା ଦେଖାଦେଲେ ସେମାନଙ୍କୁ ତୁରନ୍ତ ସ୍କ୍ରିନିଂ ଏବଂ ନମୁନା ଯାଞ୍ଚ ପାଇଁ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି’।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago