କରୋନା ଭାଇରସ

ଆଜିଠୁ ସ୍ୱାଭାବିକ ହେବ ହାଇକୋର୍ଟ, ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ ଏହି ସବୁ ନିୟମ

କଟକ: ଆଜିଠୁ ସ୍ୱାଭାବିକ ହେବ ହାଇକୋର୍ଟ । ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ ଏହି ନିୟମ । ସପ୍ତାହକୁ ୫ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ମଙ୍ଗଳବାର ଓ ଗୁରୁବାର ଦୁଇ ଜଣିଆ ଖଣ୍ଡପୀଠ ବସିବାର ଥିବା ବେଳେ ପ୍ରତ୍ୟକ କାର୍ଯ୍ୟ ଦିବସରେ ୫ଟି ଜଣିକିଆ ଖଣ୍ଡପୀଠ ବସିବ । ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲାର ଅଦାଲତ ଘଣ୍ଟାକ ପାଇଁ କାର୍ଯ୍ୟ କରିବ । ଅରେଞ୍ଜ ଜୋନ୍‌ରେ ଥିବା ଜିଲ୍ଲାର ଅଦାଲତ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସକାଳୁଆ ହୋଇନଥିବା ଅଦାଲତ ଗୁଡ଼ିକରେ ଦିନ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ ।

ସେହିଭଳି ଗ୍ରୀନ୍‌ ଜୋନ୍‌ରେ ଥିବା ଜିଲ୍ଲା ଗୁଡ଼ିକରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ । କୋର୍ଟ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଜଣେ ଅନ୍ୟ ଜଣଙ୍କ ମଧ୍ୟରେ ଦୁଇ ମିଟର ଦୂରତ୍ୱ ପାଳନ କରିବେ । ଅଦାଲତରେ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀମାନେ ଆରୋଗ୍ୟ ସେତୁ ଆପ୍‌ ମୋବାଇଲ୍‌ରେ ଡାଉନଲୋଡ୍‌ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

27 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago