କରୋନା ଭାଇରସ

ଅନୁଗୁଳ: ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ଓ ବଡକେରା ସରପଞ୍ଚ, ନିଜ ପଞ୍ଚାୟତକୁ ଘୋଷଣା କଲେ ସଟ୍ ଡାଉନ୍

ଅନୁଗୁଳ: ଏବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଆନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଧିରେ ଧିରେ ଏହି ମହାମାରୀ ସାରା ରାଜ୍ଯକୁ କବଳିତ କରିବାକୁ ବସିଲାଣି । ଯାହାଫଳରେ ସରକାର ସବୁ ଗାଁର ସରପଞ୍ଚ ମାନଙ୍କୁ ଏକ ସ୍ବତନ୍ତ୍ର କ୍ଷମତା ଦେଇଛନ୍ତି । ଯାହା ହେଉଛି କଲେକ୍ଟର ବା ଜିଲ୍ଲାପାଳଙ୍କ କ୍ଷମତା । ଫଳରେ ସେମାନେ ନିଜ ପଞ୍ଚାୟତର ସମ୍ପୂର୍ଣ୍ଣ  ତଦାରଖ ସଠିକ୍ ଭାବେ କରିପାରିବେ।

ଏହି ପରିପେକ୍ଷୀରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନୁନୁକାପଶି ଓ ବଡକେରା ର ସରପଞ୍ଚ । ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ନୁନୁକାପଶି ସରପଞ୍ଚ। ଅନୁଗୁଳ ଜିଲ୍ଲାରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଳକ୍ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ।

ବଇଣ୍ଡା ସମେତ ପୁରା ପଞ୍ଚାୟତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସମ୍ପର୍ଣ୍ଣ ତାଲା ବନ୍ଦ ଘୋଷଣା କରିଛନ୍ତି । ସେମାବାର ସକାଳ ୭ଟାରୁ ୧୪ ତାରିଖ ସକାଳ ୭ଟା ପର୍ଯ୍ଯନ୍ତ ସେ ଏହି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡକେରା ପଞ୍ଚାୟତର ସରପଞ୍ଚ ବିଜୟାଲକ୍ଷ୍ମୀ ପଟ୍ଟନାୟକ ମଧ୍ୟ ନିଜ ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପର୍ଯ୍ଯନ୍ତ ଅର୍ଥାତ୍ ୧୧ତାଖ ସକାଳ ୭ଟାରୁ ୧୭ ତାରିଖ ସକାଳ ୭ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

Sonalisa

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

16 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

25 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

30 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

55 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

1 hour ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

1 hour ago