ଅନୁଗୁଳ: ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ଓ ବଡକେରା ସରପଞ୍ଚ, ନିଜ ପଞ୍ଚାୟତକୁ ଘୋଷଣା କଲେ ସଟ୍ ଡାଉନ୍

ଅନୁଗୁଳ: ଏବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଆନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଧିରେ ଧିରେ ଏହି ମହାମାରୀ ସାରା ରାଜ୍ଯକୁ କବଳିତ କରିବାକୁ ବସିଲାଣି । ଯାହାଫଳରେ ସରକାର ସବୁ ଗାଁର ସରପଞ୍ଚ ମାନଙ୍କୁ ଏକ ସ୍ବତନ୍ତ୍ର କ୍ଷମତା ଦେଇଛନ୍ତି । ଯାହା ହେଉଛି କଲେକ୍ଟର ବା ଜିଲ୍ଲାପାଳଙ୍କ କ୍ଷମତା । ଫଳରେ ସେମାନେ ନିଜ ପଞ୍ଚାୟତର ସମ୍ପୂର୍ଣ୍ଣ  ତଦାରଖ ସଠିକ୍ ଭାବେ କରିପାରିବେ।

ଏହି ପରିପେକ୍ଷୀରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନୁନୁକାପଶି ଓ ବଡକେରା ର ସରପଞ୍ଚ । ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ନୁନୁକାପଶି ସରପଞ୍ଚ। ଅନୁଗୁଳ ଜିଲ୍ଲାରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଳକ୍ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ।

shut downବଇଣ୍ଡା ସମେତ ପୁରା ପଞ୍ଚାୟତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସମ୍ପର୍ଣ୍ଣ ତାଲା ବନ୍ଦ ଘୋଷଣା କରିଛନ୍ତି । ସେମାବାର ସକାଳ ୭ଟାରୁ ୧୪ ତାରିଖ ସକାଳ ୭ଟା ପର୍ଯ୍ଯନ୍ତ ସେ ଏହି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡକେରା ପଞ୍ଚାୟତର ସରପଞ୍ଚ ବିଜୟାଲକ୍ଷ୍ମୀ ପଟ୍ଟନାୟକ ମଧ୍ୟ ନିଜ ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପର୍ଯ୍ଯନ୍ତ ଅର୍ଥାତ୍ ୧୧ତାଖ ସକାଳ ୭ଟାରୁ ୧୭ ତାରିଖ ସକାଳ ୭ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.