କରୋନା ଭାଇରସ

କରୋନା ମୁକାବିଲା ପାଇଁ ଟ୍ଵିଟ୍‌ରର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ସହାୟତା ରାଶି ଘୋଷଣା, ନିଜ ସମ୍ପତ୍ତିରୁ ଏକ ତୃତୀୟାଂଶ କରିବେ ଦାନ

କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ । ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସରକାର ଏନେଇ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମହାମାରୀକୁ ସମୂଳେ ନାଶ କରିବା ପାଇଁ ଅନେକ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ସହିତ ଅଣ୍ଟା ଭିଡିଛନ୍ତି ଅନେକ ଲୋକେ । ଯେମିତି କିଏ ଭୋକରେ ନରହିବେ ସେଥିପାଇଁ ରିଲିଫ୍ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେ ସାଧାରଣ ଲୋକଠୁ ଆରମ୍ଭ କରି ବଡବଡିଆ ଯାଏ ସମସ୍ତଙ୍କୁ ପ୍ରଭାବ ପକାଇଛି ଏହି କହାମାରୀ କରୋନା । ଏପରି ସ୍ଥଳେ ଅନେକ ଛୋଟ ବଡ କମ୍ପାନୀ ନିଜ ସକ୍ଷମ ମୁତାବକ ଏହି ଲଢେଇରେ ସାମିଲ୍ ହୋଇଛନ୍ତି । ଯେପରି କେହିବି ଭୋକ ଉପାସରେ ନରୁହନ୍ତୁ ସେଥିପାଇଁ ଏକତ୍ରୀତ ହୋଇଛନ୍ତି ।

ନିକଟରେ ଟାଟା ଟ୍ରଷ୍ଟ  କରୋନା ଭାଇରସ୍‌ର ମୁକାବିଲା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା । ଏହାସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସମର୍ଥନ କରି ପିଏମ କେୟାର୍ସ ଫଣ୍ଡକୁ ୫୦୦ କୋଟି ଟଙ୍କା ଦାନ କରିଥିଲେ । ଖାଲି ସେମିତି ନୁହେଁ ଏହି ମରାତ୍ମକ ମହାମାରୀର ମୁକାବିଲା କରିବା ପାଇଁ ଅନେକ ସେଲିବ୍ରିଟି,କ୍ରିକେଟର ଏବଂ ସୋସିଆଲ ୱାକର୍ସ ସାହାୟତା ଅର୍ଥ ପ୍ରଦାନ କରିଛନ୍ତି । ବିଶ୍ବର ଏହି ସଙ୍କଟରେ ନିଜର ମାନବିକତା ଦେଖାଇଛନ୍ତି।

ଏହି କ୍ରମରେ ବର୍ତ୍ତମାନ ସାମିଲ୍ ହୋଇଛନ୍ତି ସୋସିଆଲ ସାଇଟ୍‌ ଟ୍ୱିଟର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍‌ ଡୋର୍ସି । ଯିଏ  କରୋନା ମୁକାବିଲା ପାଇଁ ଏକ ବିଲିୟନ୍‌ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ଯାହା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୬ହଜାର ୫୦୦କୋଟି ହେବ । ସେ ତାଙ୍କ ସହାୟତା ଫଣ୍ଡ ମାଧ୍ୟମରେ କରୋନା ଭାଇରସ୍‌ର ମୁକାବିଲା ପାଇଁ ନିଜ କମ୍ପାନୀ ସମ୍ପତ୍ତିରୁ ପାଖାପାଖି ଏକ ତୃତୀୟାଂଶ ପ୍ରଦାନ କରିଛନ୍ତି । ଯାହା ସେ ଡିଜିଟାଲ ପେମେଣ୍ଟ ଗ୍ରୁପ୍‌ Squareରେ ଥିବା ତାଙ୍କ ଅଂଶରୁ ତାଙ୍କ ସଂଗଠନ Start Small LLC କୁ ଟ୍ରାନ୍ସଫର କରିବେ । ସେ ଏନେଇ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏକଥା ଶୁଣିବା ପରେ ନିହାତୀ ତାଙ୍କର ମହାନତା ଏବେ ସମସ୍ତଙ୍କ ସାମ୍ନାରେ । ତାଙ୍କର ଏହି ସହାୟତ ନିଶ୍ଚିତ କରୋନା ମୁକାବିଲା ପାଇଁ ଏକ ବଡ ଯୋଗଦାନ ସାବ୍ଯସ୍ତ ହେବ।

ଜ୍ୟାକ୍ ପାଟ୍ରିକ୍ ଡୋର୍ସିଙ୍କ ଜନ୍ମ ୧୯ ନଭେମ୍ବର, ୧୯୭୬ ରେ ହୋଇଥିଲା । ସେ ଜଣେ ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର ତଥାଇଣ୍ଟରନେଟ୍ ଉଦ୍ୟୋଗୀ ଯିଏ ଟ୍ୱିଟରର ସହ-ପ୍ରତିଷ୍ଠାତା ତଥା ସିଇଓ ଏବଂ ମୋବାଇଲ୍ ପେମେଣ୍ଟ୍ କମ୍ପାନୀ ସ୍କୋୟାରର ପ୍ରତିଷ୍ଠାତା ତଥା ସିଇଓ ଅଟନ୍ତି। ସେ ନିଜର ଅସାଧାରଣ ଜୀବନ ବିଳାସପୂର୍ଣ୍ଣ ଜୀବନ ପାଇଁ ବେସ୍ ପ୍ରସିଦ୍ଧ । ଜ୍ୟାକ୍ ଡୋର୍ସି ୨୦୧୫ ଠାରୁ ଉଭୟ ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଟ୍ୱିଟର ଏବଂ କ୍ଷୁଦ୍ର ବ୍ୟବସାମକମ୍ପାନୀ ସ୍କୋୟାରର ସିଇଓ ରହିଆସିଛନ୍ତି। ଡୋର୍ସି ୨୦୦୬ ରେ ଇଭି ୱିଲିୟମ୍ସ, ବିଜ ଷ୍ଟୋନ ଏବଂ ନେହା ଗ୍ଲାସଙ୍କ ସହ ଟ୍ୱିଟରରେ ସହଯୋଗ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଫେରି ଦେଖିନାହାନ୍ତି । ତେବେ ଆଜି ତାଙ୍କର ଏହି ମହାନତା ସମସ୍ତଙ୍କ ପାଇଁ ଏକ ଉଦାହରଣ । ତେବେ କରୋନା ମହାମାରୀର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ସାମିଲ୍ ହେବାକୁ ପଡିବ । ଯାହା ଏହି କରୋନା ଯୁଦ୍ଧରେ ଆମକୁ ଜିତିବାରେ ନିହାତୀ ସହାୟକ ହେବ ।

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

34 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

36 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

58 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

2 hours ago