କରୋନା ଭାଇରସ

ଅଟୋମୋବାଇଲ ଶିଳ୍ପ ଉପରେ କରୋନା ଭାଇରସର ପ୍ରଭାବ: ମାରୁତି,ମହିନ୍ଦ୍ରା,ହିରୋ ସହ ବିଭିନ୍ନ କାରଖାନାରେ ଝୁଲିଲା ତାଲା

ମୁମ୍ବାଇ:  ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଉପରେ କରୋନା ଭାଇରସର ପ୍ରଭାବ। ଯେଉଁଥିରୁ ବାଦ୍ ପଡ଼ିନାହିଁ ଅଟୋମୋବାଇଲ ଶିଳ୍ପ ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଫିଆଟ୍‌ ଭଳି କାର୍‌ କଂପାନି ଓ ହିରୋ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ପକ୍ଷରୁ କାରଖାନା ବନ୍ଦ କରାଯାଇଥିବା ଜଣାପଡିଛି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାରୁତି ପକ୍ଷରୁ ଗୁରୁଗାଓଁ ଓ ମାନେସର କାରଖାନାକୁ ବନ୍ଦ କରାଯାଇଛି।

ସେହିପରି ଦେଶର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ସମସ୍ତ କାରଖାନାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନିର କେବଳ ରାଜସ୍ଥାନରେ ଥିବା ସେଣ୍ଟର ଅଫ୍‌ ଇନୋଭେସନ୍ ଆଣ୍ଡ୍‌ ଟେ‌କ୍ନୋଲୋଜି ଖୋଲା ରହିବ। ଏହି କେନ୍ଦ୍ରକୁ ଚାଲୁ ରଖିବା ଲାଗି ଯେତିକି କର୍ମଚାରୀ ଦରକାର ସେମାନଙ୍କୁ ନେଇ କାମ ଚାଲିବ।

ସେହିପରି, ଆନନ୍ଦ ମହିନ୍ଦ୍ରାଙ୍କ କଂପାନି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ନାଗପୁର କାରଖାନାରେ ଉତ୍ପାଦନକୁ ବନ୍ଦ କରିଥିବା ବେଳେ ଆସନ୍ତା ସୋମବାର ଠାରୁ କାଣ୍ଡିଭାଲି ଓ ଚକନରେ ଉତ୍ପାଦନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନି ତରଫରୁ କୁହାଯାଇଛି ଯେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ‌ କଂପାନିର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି। ଅନ୍ୟତମ କାର୍‌ ନିର୍ମାତା ଫିଆଟ୍‌ କ୍ରିସଲର ଅଟୋମୋବାଇଲସ୍‌ ତରଫରୁ ଏହାର ମହାରାଷ୍ଟ୍ରର ରଞ୍ଜନଗାଓଁ ଠାରେ ଥିବା କାରଖାନାରେ ସମସ୍ତ କାର୍ଯ୍ୟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago