କେବଳ ଲକ୍ଡାଉନ୍ କରି ଦେଲେ କରୋନା ଠାରୁ ଜିତି ହେବ ନାହିଁ । ଏଥିପାଇଁ ଆଉ କିଛି ଉପାୟ ମଧ୍ୟ କରିବାକୁ ହେବ । ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (who) ର ମହାନିର୍ଦ୍ଦେଶକ ଟେଡରସ୍ ଏଡମନ୍ ଗ୍ରିବେସେସ୍ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅନେକ ଦେଶ ଲକ୍ଡାଉନ୍ କରିଛନ୍ତି । ହେଲେ ଏହା ଭାଇରସ୍କୁ ସମାପ୍ତ କରିବା ଲାଗି ଯଥେଷ୍ଟ ହେବ ନାହିଁ । ପ୍ରତ୍ୟେକ ଦେଶ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ପାଇଁ ଅନ୍ୟ କିଛି ଉପାୟ ବାହାର କରିବା ଦରକାର । ଏମିତିକି ଏହି ଭାଇରସ୍ ଉପରେ ପାଲଟା ଆକ୍ରମଣ କରିବା ଜରୁରୀ ବୋଲି ସେ କହିଛନ୍ତି । ବିଶ୍ୱରେ ଦିନକୁ ଦିନ କରୋନାର ପ୍ରକୋପ ବଢ଼ି ଚାଲିଛି । ହଜାର ହଜାର ସଂଖ୍ୟାରେ ଲୋକେ ଏହି ବିଷାଣୁରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ମରି ଚାଲିଛନ୍ତି । ତେଣୁ ନିଜକୁ ବଞ୍ଚାଇବା ପାଇଁ ଏବଂ ପୃଥିବୀର ଅସ୍ତିତ୍ୱକୁ ରକ୍ଷା କରିବା ଲାଗି ଖୁବ୍ ଶୀଘ୍ର ଏହାକୁ ସମାପ୍ତ କରିବାର ଅସ୍ତ୍ର ବାହାରିବା ଦରକାର ବୋଲି ଗ୍ରିବେସେସ୍ କହିଛନ୍ତି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…