କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ, ଆଉ କିଛି କର; ଏଭଳି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କେବଳ ଲକ୍‌ଡାଉନ୍‌ କରି ଦେଲେ କରୋନା ଠାରୁ ଜିତି ହେବ ନାହିଁ । ଏଥିପାଇଁ ଆଉ କିଛି ଉପାୟ ମଧ୍ୟ କରିବାକୁ ହେବ । ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (who) ର ମହାନିର୍ଦ୍ଦେଶକ ଟେଡରସ୍‌ ଏଡମନ୍‌ ଗ୍ରିବେସେସ୍‌ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନା ଭାଇରସ୍‌ ଠାରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅନେକ ଦେଶ ଲକ୍‌ଡାଉନ୍‌ କରିଛନ୍ତି । ହେଲେ ଏହା ଭାଇରସ୍‌କୁ ସମାପ୍ତ କରିବା ଲାଗି ଯଥେଷ୍ଟ ହେବ ନାହିଁ । ପ୍ରତ୍ୟେକ ଦେଶ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ପାଇଁ ଅନ୍ୟ କିଛି ଉପାୟ ବାହାର କରିବା ଦରକାର । ଏମିତିକି ଏହି ଭାଇରସ୍‌ ଉପରେ ପାଲଟା ଆକ୍ରମଣ କରିବା ଜରୁରୀ ବୋଲି ସେ କହିଛନ୍ତି । ବିଶ୍ୱରେ ଦିନକୁ ଦିନ କରୋନାର ପ୍ରକୋପ ବଢ଼ି ଚାଲିଛି । ହଜାର ହଜାର ସଂଖ୍ୟାରେ ଲୋକେ ଏହି ବିଷାଣୁରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ମରି ଚାଲିଛନ୍ତି । ତେଣୁ ନିଜକୁ ବଞ୍ଚାଇବା ପାଇଁ ଏବଂ ପୃଥିବୀର ଅସ୍ତିତ୍ୱକୁ ରକ୍ଷା କରିବା ଲାଗି ଖୁବ୍‌ ଶୀଘ୍ର ଏହାକୁ ସମାପ୍ତ କରିବାର ଅସ୍ତ୍ର ବାହାରିବା ଦରକାର ବୋଲି ଗ୍ରିବେସେସ୍‌ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.