Below header

ଲକଡାଉନବେଳେ ଚାଷୀଙ୍କ ଠାରୁ ଜୋର ଜବରଦସ୍ତି ଆଳୁ ବସ୍ତା ନେଇଗଲେ ପୋଲିସବାବୁ, ଏବେ ଚାକିରିରୁ ନିଲମ୍ବିତ

ସାରା ବିଶ୍ୱରେ କାରୋନା ତାର କାୟା ବିସ୍ତାର କରିସାରିଛି। କାରୋନା ପାଇଁ ଲୋକେ ଆତଙ୍କିତ। କାରୋନାର ବଢୁଥିବା ପ୍ରକୋପକୁ ଦେଖି ଦେଶର ପ୍ରଧାନମନ୍ତ୍ରୀ ସାରା ଦେଶରେ 21 ଦିନ ପାଇଁ ଲକଡାଉନ ଘୋଷଣା କରିଦେଇଛନ୍ତି। ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବାକୁ ପିଏମ ଅନରୋଧ କରିଛନ୍ତି।

ଲୋକମାନେ ଯେମିତି କେହି ବଜାର କିମ୍ବା ବାହାରେ ନ ବୁଲନ୍ତୁ ସେଥିପାଇଁ ପୁଲିସ କର୍ମୀ ମାନେ ମୁତୟନ ଅଛନ୍ତି। କିନ୍ତୁ ଏହାରି ଭିତରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ଲକଡାଉନ ସମୟରେ ମିରଟର ବ୍ରହ୍ମପୁରୀ ଥାନାର ପୋଲିସ କର୍ମଚାରୀ ମଣ୍ଡିକୁ ନେଉଥିବା ଚାଷୀଙ୍କ ସହିତ ଅଭଦ୍ରତା କରିବା ସହିତ ସେମାନଙ୍କ ଟ୍ରାକ୍ଟର ଏବଂ ଟ୍ରଲିରୁ ଜୋର ଜବରଦସ୍ତି ଏକ ବସ୍ତା ଆଳୁ ନେଇଆସିଛନ୍ତି।

ଚାଷୀଙ୍କ ଅଭିଯୋଗ ମୁତାବକ ଏସଏସପି ସମ୍ପୃକ୍ତ ପୋଲିସକର୍ମୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରିଦେଇଛନ୍ତି। ସେହିପରି ଅନ୍ୟ ପୋଲିସ କର୍ମୀଙ୍କ ଉପରେ ତଦନ୍ତ ଚାଲୁଛି। ଅଭିଯୋଗ ମୁତାବକ ଚେକିଙ୍ଗ ସମୟରେ ପୋଲିସ ବାବୁ ନା କେବଳ ଚାଷୀଙ୍କ ଆଳୁ ନେଲେ ବରଂ ତାଙ୍କ ସହିତ ଅଭଦ୍ରାମି ମଧ୍ୟ କରିଛନ୍ତି। ଚାଷୀ ଜଣଙ୍କ ସରକାରଙ୍କ ଗାଇଡ଼ଲାଇନ କଥା ଜାଣିଥିବା କହିଲେ କିନ୍ତୁ ପୋଲିସକର୍ମୀ ତାଙ୍କୁ ଓଲଟା ଗାଳି କଲେ।

ପୋଲିସଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଚାଷୀଙ୍କ ଅନୁରୋଧ ପରେ ମଧ୍ୟ ଟ୍ରାକ୍ଟରରୁ ଆଳୁ ବସ୍ତା ବାହାର କରିବାକୁ ଆରମ୍ଭ କଲେ । ଯେତେବେଳେ ଚାଷୀ ଜଣଙ୍କ ପୋଲିସ ବାବୁଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଲେ ତେବେ ପୋଲିସ ବାବୁ ଆଳୁ ବସ୍ତା ଫେରାଇଦେବା କଥା କହିଲେ। ଏହି ଘଟଣାରେ ଏସଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଡିଶନ୍ଧି ମୁହୂର୍ତ୍ତରେ ପୋଲିସ ମାନଙ୍କର ଅଗ୍ନି ପରୀକ୍ଷା ନିଆଯାଉଛି। ଏହି ସମୟରେ ପୋଲିସଙ୍କର କୌଣସି ଦାୟିତ୍ୱ ହୀନତାକୁ ବରଦାସ୍ତ କରାଯିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.