ପାକିସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଲା, ୭ ମୃତ୍ୟୁ ପରେ ଘରୋଇ ବିମାନ ଯାତ୍ରା ବନ୍ଦ

ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ଥାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ପାକିସ୍ଥାନରେ ମୃତ୍ୟୁ ସଂଖ୍ୟା ୭ ହେବା ପରେ ପାକିସ୍ଥାନ ସରକାରଙ୍କ ନିଦ ଭାଙ୍ଗିଛି ।

ଏବେ ଘରୋଇ ବିମାନ ଯାତ୍ରା ଉପରେ ପାକ୍‌ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ସେବା ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିଦିଆଯାଇଛି । କିଛିଦିନ ତଳେ ଲକ୍‌ ଡାଉନ୍‌କୁ ମନା କରୁଥିବା ପାକିସ୍ଥାନରେ ଏବେ ସମ୍ପୁର୍ଣ୍ଣ ଲକ୍‌ଡାଉନ ବ୍ୟବସ୍ଥା ଲାଗୁ ହୋଇଛି ।

ସେହିପରି ପାକିସ୍ଥାନରେ ୧୭ ସଂକ୍ରମିତ ରୋଗୀ ଭଲ ହୋଇଥିବା ଜଣାଯାଇଛି । ସିନ୍ଧ ପ୍ରଦେଶରେ ୪୧୩ ମାମଲା ଆସିଥିବା ବେଳେ ବେଲୁଚିସ୍ଥାନରେ ୧୧୫, ପଞ୍ଜାବରେ ୨୯୬,ଇସ୍‌ଲାମବାଦରେ୮୦ ଓ ପଖ୍‌ତୁନଖାରେ ୧୧୭ ସଂକ୍ରମିତ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.