ଆଧ୍ୟାତ୍ମିକ

ବହୁ ପୁରାତନ ଚାମୁଣ୍ଡା ଦେବୀ ଶକ୍ତି ପୀଠ

ଭାରତ ବିବିଧତାର ଦେଶ । ଏଠାରେ ଆପଣ ବାର ମାସ ରେ ତେର ପର୍ବ ପାଳନ ହାଉଥିବାର ଦେଖିବେ । ଏହାସହ ଦେଶରେ ଥିବା ଅସଂଖ୍ୟ ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ବି ଏଠାକୁ ବାହାର ଦେଶରୁ ଅନେକ ଲୋକ ଆସିଥାନ୍ତି ଦର୍ଶନ କରିବା ପାଇଁ.. ଏଠାରେ ଥିବା ପ୍ରତେକ ମନ୍ଦିର ପଛରେ ରହିଛି ଅନେକ ରହସ୍ୟ , ଯାହାକି ଦେବଦେବୀଙ୍କ ସହ ଜଡିତ ଥାଏ ।

ହିମାଞ୍ଚଳ ପ୍ରଦେଶ ଦେବ-ଭୂମି ନାମରେ ପରିଚିତ। ଏହି ସ୍ଥାନରେ ଦେବତାମାନେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ପୁରା ହିମାଞ୍ଚଳ ପ୍ରଦେଶରେ ୨୦୦୦ରୁ ଅଧିକ ମନ୍ଦିର ରହିଛି, ଯାହା ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ମନ୍ଦିର ମଧ୍ୟରେ ଚାମୁଣ୍ଡା ଦେବୀ ମନ୍ଦିର ଏକ ପ୍ରମୁଖ ମନ୍ଦିର। ଏହି ମନ୍ଦିର ହିମାଞ୍ଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ଅବସ୍ଥିତ। ୫୧ଟି ଶକ୍ତି ପୀଠ ମଧ୍ୟରୁ ଚାମୁଣ୍ଡା ଦେବୀ ମନ୍ଦିର ଅନ୍ୟତମ। ଏଠାରେ ସର୍ବଦା ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥାଏ।

ମାନ୍ୟତା ରହିଛି ଏଠାକୁ ଆସୁଥବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏଠାରେ ଭୂତନାଥ ଭଗବାନ ଆତୁତୋଷ ଶିବଶଙ୍କର ମୄତ୍ୟୁ ଶବ ବିସର୍ଜନ ଏବଂ ବିନାଶର ରୂପ ଧାରଣ କରି ସାକ୍ଷାତ ଚାମୁଣ୍ଡା ମାତାଙ୍କ ସହ ବିରାଜମାନ କରିଛନ୍ତି। ଯାତ୍ରୀମାନେ କିଛି ଦିନ ପର୍ଯ୍ୟନ୍ତ ଏଠାରେ ରହିବା ପାଇଁ ସୁବିଧା ମଧ୍ୟ ରହିଛି।

ଏହା ସେହି ସ୍ଥାନ ଯେଉଁଠାରେ ଦୁଇ ଜଣ ଦାନବ ଚଣ୍ଡ-ମୁଣ୍ଡ ଦେବୀ ଦୁର୍ଗାଙ୍କ ସହ ଯୁଦ୍ଧ କରିବାକୁ ଆସିଥିଲେ। ଯୁଦ୍ଧର ଶେଷରେ ଦେବୀ କାଳୀ ରୂପ ଧାରଣ କରି ଦୁଇ ଦାନବଙ୍କ ବଧ କରିଥିଲେ। ଏହାପରେ ଦେବୀ କାଳୀ ଅମ୍ବିକାଙ୍କୁ ଚଣ୍ଡ-ମୁଣ୍ଡଙ୍କର କଟା ମୁଣ୍ଡକୁ ଉପହାର ସ୍ବରୂପ ପ୍ରଦାନ କରିଥିବା ସମୟରେ ଦେବୀ ଅମ୍ବିକା ମା କାଳୀଙ୍କୁ ବିଶ୍ବରେ ଚାମୁଣ୍ଡା ଦେବୀ ନାମରେ ପ୍ରସିଦ୍ଧ ହେବାର ବର ପ୍ରଦାନ କରିଥିଲେ।

 

ଏହି ମନ୍ଦିର ବହୁତ ଲମ୍ବା ଏବଂ ଏହାର ଦୁଇଟି ମହଲା ରହିଛି। ପ୍ରଥମ ମହଲାରେ ମା’ ଙ୍କ ଭବ୍ୟ ମନ୍ଦିର ଅବସ୍ଥିତ। ମନ୍ଦିରର ଏକ ବଡ଼ ସ୍ଥାନ ରହିଛି ଯେଉଁଠାରେ ଭକ୍ତମାନେ ଧାଡିରେ ମା’ ଙ୍କୁ ଦର୍ଶନ କରିଥାନ୍ତି। ମୂର୍ତ୍ତିର ଉପରି ଭାଗରେ ଏକ ଛୋଟ ପର୍ବତ ରହିଛି ଏବଂ ତଳ ମହଲାରେ ଲୋକମାନେ ସ୍ନାନ କାର୍ଯ୍ୟ ଆଦି ସାରି ଦର୍ଶନ କରିବା ପାଇଁ ଆସିଥାନ୍ତି। ଏଠାରେ ପ୍ରସାଦ ମନ୍ଦିର ଦ୍ବାରା ହିଁ ବିକ୍ରୟ କରାଯାଇଥାଏ। ମୁଖ୍ୟ ମନ୍ଦିରର ପଛରେ ଏକ ବଡ଼ ଗୁମ୍ଫା ରହିଛି, ଯାହା ମଧ୍ୟରେ ଭଗବାନ ଶଙ୍କର ବରାଜମାନ କରିଛନ୍ତି। ବିଶେଷ କଥା ହେଉଛି ଏହି ଗୁମ୍ଫାରେ ଗୋଟେ ଥରରେ ଜଣେ ହିଁ ଭକ୍ତ ପ୍ରବେଶ କରିପାରିବେ। ଏହି ମନ୍ଦିରର ଚର୍ତୁପାଶ୍ବରେ ମଧ୍ଯ ଅନେକ ଦର୍ଶନୀୟ ମନ୍ଦିର ଅବସ୍ଥିତ।

D Sonali

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

11 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

14 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

36 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

39 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago