ଆଧ୍ୟାତ୍ମିକ

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ ଯାତ୍ରା ଦର୍ଶନ କରିବା ସହ ଭକ୍ତି ସହକାରେ ପୂଜା କଲେ ଭକ୍ତଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ । କରୋନା କଟକଣା ଯୋଗୁଁ ଠାକୁରାଣୀଙ୍କ ତ୍ରୟୋବାର୍ଷିକ ଯାତ୍ରା ବନ୍ଦ ରହିଥିଲା । ଚଳିତବର୍ଷ, ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୁଣିଥରେ ଆରମ୍ଭ ହୋଇଛି ଏହିଯାତ୍ରା । ସାହି ଯାତ୍ରାରେ ଦୁଲୁକୁଛି ସମଗ୍ର ଗ୍ରାମାଞ୍ଚଳ ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଭେଜିପୁଟରେ ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା । ନିର୍ବାଚନର କୋଳାହଳ ସରିବା ପରେ ପରେ ଏବେ ଶକ୍ତି ଉପାସନାରେ ମନ୍ତ୍ରମୁଗ୍ଧ ହୋଇ ଉଠିଛନ୍ତି ଭକ୍ତ । ଭାଇଚାରା ସମ୍ପର୍କରେ ଏକାଠି ହୋଇଛନ୍ତି ସ୍ଥାନୀୟ ଲୋକେ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଜମୁଛି । ୨୧ ଦିନିଆ ଏହି ଯାତ୍ରାରେ, ମା’ ବ୍ରହ୍ମଣଦେବୀ ଏବଂ ବୁଢ଼ୀ ମା ଠାକୁରାଣୀଙ୍କୁ ବରଣ କରି ସାହିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇଛି ।

ଆଲୋକମାଳାରେ ସଜ୍ଜିତ ହୋଇଛି ସମୁଦାୟ ଅଞ୍ଚଳ । ବିଶ୍ରାମ ଦିନ ବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ପଟୁଆରରେ ମା’ଙ୍କ ସାହି ପରିକ୍ରମା କରାଯାଉଛି । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ଭିଡ ଜମୁଛି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାପାଇଁ, ଦୋଳି ଓ ମୀନାବଜାର ମଧ୍ୟ ବସିଛି । କିଣା-ବିକା ସାଙ୍ଗକୁ ଯାତ୍ରାରେ ବୁଲି ମଜା ନେଉଛନ୍ତି, ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକେ ।

ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ, ସୁରକ୍ଷା ଦାୟିତ୍ବକୁ ଗୁରୁତ୍ଵ ଦିଆଯାଇଛି । ୧୭ ତାରିଖରୁ ଆରମ୍ଭ ହୋଇଥିବା ଭେଜିପୁଟ୍ ର ଏହି ବ୍ରହ୍ଣଣୀଦେବୀ ଠାକୁରାଣୀ ଯାତ୍ରା, ଆସନ୍ତା ୯ ତାରିଖରେ ଉଦଯାପିତ ହେବ । ଏଥିପାଇଁ ଆୟୋଜିତ ହୋଇଥିବା ମା’ଙ୍କ ଯାତ୍ରା, ସାହି-ପରିକ୍ରମା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା-ବଜାର ମେଳାକୁ ସ୍ଥାନୀୟ କମିଟି ଏବଂ ପୋଲିସ ଓ ପ୍ରଶାସନ ପକ୍ଷରୁ ସଠିକ୍ ଢଙ୍ଗରେ ପରିଚାଳନା କରାଯାଉଛି ।

Srujanika Panda

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

22 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago