ସ୍ପେଶାଲ

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ବିଭିନ୍ନ ବର୍ଗର ମତଦାତା ମାନେ ନିଜ ନିଜର ମତଦାନ କରୁଛନ୍ତି । କିନ୍ତୁ କାକଟପୁର ବ୍ଲକର ୧୭୦ନମ୍ବର ବୁଥରେ ଜଣେ ୧୧୧ବର୍ଷର ବୃଦ୍ଧ ଭୋଟ ଦେଇଥିବାର ଦେଖିବାକୁ ମିଳିଛି ।ଭୋଟ ଦେଇ ଆସିବା ପରେ ସେ ଖୁବ୍ ଖୁସି ଥିବାବେଳେ ମତଦାନର ବିଧିବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଯାହା ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ଏହି ଶତାୟୁ ଭୋଟରଙ୍କୁ ନେଇ ଏବେ ଚର୍ଚ୍ଚା । କାକଟପୁର ବ୍ଲକର ୧୭୦ନମ୍ବର ବୁଥରେ ଜଣେ ୧୧୧ବର୍ଷର ବୃଦ୍ଧ ଭୋଟ ଦେଇ ଆସିବା ପରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଆଖିର ଲୁହ ବୋଲ ମାନିନଥିଲା ତାଙ୍କର । ଦେଶ ଗଢ଼ିବାର ନିଶା ତାଙ୍କ ଠାରେ ବହୁତ । ଦେଶ ସ୍ୱାଧୀନ ହେବା ପରଠାରୁ ସେ ଆଜି ପର୍ଯ୍ୟନ୍ତ ମତଦାନ କରିଆସୁଥିବା ବେଳେ ବର୍ତ୍ତମାନର ଭୋଟ ପ୍ରକ୍ରିୟା ତାଙ୍କୁ ଭବୁତ ଆକୃଷ୍ଟ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହାଯେ ସେ ଖୁସିରେ ଭୋଟ ଦେବାକୁ ଆସିଥିବାବେଳେ, ସମସ୍ତେ ଏହି ଗଣତନ୍ତ୍ରର ମହାପର୍ବରେ ଭୋଟ ଦେବାକୁ ଏହି ବରିଷ୍ଠ ଭୋଟର ଆହ୍ୱାନ ଜଣାଇଛନ୍ତି।

ତେବେ ସୂଚନା ଥାଉକି, ୨୦୨୪ ମହାଯୁଦ୍ଧର ଆଜି ହେଉଛି ଶେଷ ଲଢ଼େଇ । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ଚାଲିଛି ମତଦାନ। ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ଏକ କୋଟି ଭୋଟର । ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୬୬ ଜଣ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ମୋଟ ୯୯ ଲକ୍ଷ ୬୧ ହଜାର ଭୋଟର ରହିଛନ୍ତି ।

 

 

Sonalisa

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

43 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago