ଆଧ୍ୟାତ୍ମିକ

ଧାନଗଛକୁ ଦେବୀ ସ୍ୱରୁପିଣୀ ଗୌରୀ ଭାବେ ଅଣାଯାଇ ପାଳନ କରାଯାଏ ହରଗୌରୀ ଯାତ୍ରା, ରହିଛି ଭିନ୍ନ ମାହାତ୍ମ୍ୟ

ଓଡ଼ିଶାର ପର୍ବ ପର୍ବାଣୀ ଭିନ୍ନ । ପ୍ରତ୍ୟେକ ଜିଲ୍ଲାର ଗାଁ ଗାଁରେ ରହିଛି କିଛି ନା କିଛି ସ୍ୱତନ୍ତ୍ର ପୂଜା । ଯାହାକୁ ବଡ଼ ଧୁମଧାମରେ ପାଳନ କରନ୍ତି ଏଠାକାର ଗାଁ ଲୋକେ । ତେବେ ବର୍ତ୍ତମାନ ଆସିଛି ପାର୍ବଣ ଋତୁ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ସହରରେ ବଡ ଧୂମଧାମରେ ପାଳିତ ହୋଇଥାଏ ହରଗୌରୀ ଯାତ୍ରା । ସହରର ଢେରା ବା ଦେବାଂଗୁଲୁ ସମ୍ପ୍ରଦାୟ ରାଜା ରାଜୁଡା ସମୟରୁ ଆଜକୁ ଦୀର୍ଘ ବର୍ଷ ଧରି ଏହି ଯାତ୍ରା ପାଳନ ହୋଇ ଆସୁଛି । ଏହି ଯାତ୍ରାରେ ଦକ୍ଷିଣ ଭାରତୀୟ ସଂସ୍କୃତି ସହିତ ସ୍ଥାନୀୟ ଶୈବ ସଂସ୍କୃତିର ମିଳନ ହୋଇଥିବା ବେଳେ ସବୁଠୁ ଆକର୍ଷଣୀୟ ଲାଗେ ହରଗୌରୀଙ୍କ ଯୁଗଳ ଦର୍ଶନ । ଏଥର ଏହି ଯାତ୍ରାରେ ଦେବ ଦମ୍ପତ୍ତିଙ୍କ ଆଗମନ ହୋଇ ସାରିଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଛି ।

ସୁବର୍ଣ୍ଣପୁର ସହରରେ ମହାସମାରୋହରେ ପାଳିତ ହେଉଛି ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା । ଚୌହାନ ରାଜା ନୀଳାଦ୍ରୀ ସିଂଦେଓଙ୍କ ଅମଳରୁ ସହରର ଢେରା ସଂପ୍ରଦାୟର ଲୋକେ ଏହି ଯାତ୍ରା ପାଳନ କରି ଆସୁଛନ୍ତି । ଏହି ଯାତ୍ରାରେ ଦକ୍ଷିଣ ଭାରତୀୟ ପରମ୍ପରା ସହିତ ସ୍ଥାନୀୟ ଶୈବ ସଂସ୍କୃତିର ମିଳନରେ ହରଗୌରୀଙ୍କୁ ଆବାହନ କରାଯାଇ ପୂଜାପାଠ କରାଯାଇଥାଏ । ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଜମିର ଧାନଗଛକୁ ଦେବୀ ସ୍ବରୁପିଣୀ ଗୌରୀ ଭାବେ ଅଣାଯାଇଥାଏ । ପରେ ବିଶିଷ୍ଠ ମୂର୍ତ୍ତିକାରଙ୍କ ବାସଭବନରୁ ଦେବ ଦେବ ମହାଦେବଙ୍କୁ ଆବାହନ କରାଯାଇ ନଗର ଭ୍ରମଣ କରାଯାଇଥାଏ । ଯେଉଁଥିରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାର ସୁଯୋଗ ନେଇଥାନ୍ତି । ଢେରାପଡାରେ ପ୍ରତିଟି ଦୂଆର ମୁହଁରେ ଦେବଦେବୀଙ୍କ ପୂଜା ଆରାଧନା କରାଯିବା ସହ ଦେବା ଦମ୍ପତିଙ୍କ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁମାନେ ।

ଏହି ଯାତ୍ରାରେ ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ହରଗୌରୀଙ୍କ ପୂଜା ଆରାଧନା କରାଯାଉଛି । ତେଲୁଗୁ ସ୍ତ୍ରୋତ ବୋଲି ସ୍ବତନ୍ତ୍ର ଧରଣର ପିଠା ନୈବେଦ୍ୟ ଭାବେ ଅର୍ପଣ କରାଯାଇଥାଏ । ୯ ଦିନ ଧରି ଆୟୋଜିତ ହେଉଥିବା ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନେ ଦେବା ଦେବୀଙ୍କ ଦର୍ଶନର ଲାଭ ନିଅନ୍ତି । ଏହି ସମୟରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚଳିତ ବର୍ଷ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ କେବଳ ସୁବର୍ଣ୍ଣପୁର ଓ ବ୍ରହ୍ମପୁରରେ ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା ପାଳିତ ହୁଏ । ବାର୍ଷିକ ଅନ୍ତରରେ ଥରେ ପାଳନ କରାଯାଉଥିବା ଏହି ଯାତ୍ରାର କଳେବର ବୃଦ୍ଧି ପାଉଥିବା ବେଳେ ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ସଂପୃକ୍ତି ଏହି ଯାତ୍ରା ପାଇଁ ସବୁ ବର୍ଗର ଲୋକଙ୍କୁ ଏଠାକୁ ଟାଣିଆଣେ ।

Subhalaxmi Das

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

20 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

33 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

42 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

45 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago