ମନୋରଂଜନ

୫୮ ବର୍ଷରେ କିଙ୍ଗ ଖାନ୍ : ମଧ୍ୟରାତ୍ରୀରେ ଜନ୍ମଦିନ ପାଳିଲେ ବଲିଉଡ୍ ବାଦଶାହା ଶାହାରୁଖ

(କେନ୍ୟୁଜ): ଆଜି କିଙ୍ଗ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ। ତଥାପି କମିନି ତାଙ୍କ କ୍ରେଜ। ଏବେ ବି ସେ ଯୁବପୀଢୀଙ୍କ ପାଇଁ ରୋମାନ୍ସ କିଙ୍ଗ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ। ନିଜର ନିଆରା ରୋମାଣ୍ଟିକ ଅନ୍ଦାଜ ପାଇଁ ସେ ପପୁଲାର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼। ଜନ୍ମଦିନରେ ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ । ହଜାର ହଜାର ଫ୍ୟାନ୍ସ ଘର ଆଗରେ ଜମା ହୋଇଥିଲେ । ଶାହାରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କ ମନ ରଖିଥିଲେ । ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏବେ ଏହି ଭିଡିଓ ସୋଲିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଙ୍ଗ ଖାନଙ୍କୁ ଦେଖି ଫ୍ୟାନମାନେ ଖୁସିରେ ଚିଲାଇବା ଆରମ୍ଭ କରିଥିଲେ । ଏହା ସହ କିଛି ଫ୍ୟାନ୍ସ ଭିଡିଓ ଏବଂ ଫଟୋ ନେବାର ନଜର ଆସିଛନ୍ତି । ବ୍ଲାକ ଟି-ସାର୍ଟ ସହିତ ବ୍ଲାକ କ୍ୟାପରେ ଶାହରୁଖ ବହୁତ ହାଣ୍ଡସମ ଲାଗୁଥିଲେ । କିଙ୍ଗ ଖାନଙ୍କର ଏଭଳି କ୍ରେଜ କାହିଁକି ବା ହେବନି । ଗତ ୩ ଦଶକରୁ ନିଜ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରିଆସୁଛନ୍ତି ସେ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ଦିୱାନା କରିଛନ୍ତି ଶାହରୁଖ ଖାନ ।

୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଟେଲିଭିଜନ ପରେ ସେ ପାଦଦେଇଥିଲେ ସିନେମା ଜଗତରେ । ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ସଂଘର୍ଷ କରିଛନ୍ତି । ହେଲେ ତାଙ୍କ ଏହି ସଫରରେ ସେ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।

Barsha

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

59 mins ago