ଆଧ୍ୟାତ୍ମିକ

ମୋତି ପିନ୍ଧିଲେ ଦୂର ହେବ ଚନ୍ଦ୍ର ଦୋଷ, ଜାଣନ୍ତୁ କିପରି ମିଳିଥାଏ ଶୁଭ ଏବଂ ଅଶୁଭ ସଂକେତ

ଚନ୍ଦ୍ର ଦୋଷ ଦୂର କରିବା ପାଇଁ ମୋତି ପିନ୍ଧିବାକୁ ପରାମର୍ଶ ଦିଆଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ମୋତି ପିନ୍ଧିବା ଦ୍ୱାରା କିପରି ଶୁଭ ଏବଂ ଅଶୁଭ ସଂକେତ ମିଳିଥାଏ ? ଗ୍ରହମାନଙ୍କରେ ଥିବା ଶୁଭ ପ୍ରଭାବକୁ ବଢ଼ାଇବା ଏବଂ ଏହାର ଖରାପ ପ୍ରଭାବକୁ କମ୍‌ କରିବା ପାଇଁ ରତ୍ନ ଶାସ୍ତ୍ରରେ ଅନେକ ରତ୍ନ ବିଷୟରେ କୁହାଯାଇଛି । ଏହି ରତ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମୋତି । ରତ୍ନ ଶାସ୍ତ୍ରରେ ମୋତିକୁ ଏକ ଜରୁରୀ ରତ୍ନ ଭାବେ ବ୍ୟବହାର କରାଯାଏ । ମୋତିର ରଙ୍ଗ ଧଳା କିମ୍ବା କ୍ରିମ୍ ରଙ୍ଗର ହୋଇଥାଏ ଏବଂ ଏହାକୁ ପିନ୍ଧିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ ।

କାହିଁକି ମୋତି ପିନ୍ଧନ୍ତି ?
ରତ୍ନ ଶାସ୍ତ୍ର ଅନୁଯାୟୀ ଯେତେବେଳେ ରାଶିରେ ଦୋଷ ଥାଏ, ସେତେବେଳେ ଚନ୍ଦ୍ରର ସର୍ବାଧିକ ପ୍ରଭାବ ଲୋକଙ୍କ ମସ୍ତିଷ୍କ ଏବଂ ମନ ଉପରେ ପଡ଼ିଥାଏ । ଏଭଳି ପରିସ୍ଥିତିରେ ମନକୁ ଶାନ୍ତ ଏବଂ ସ୍ଥିର ରଖିବା ପାଇଁ ଲୋକମାନେ ମୋତି ପିନ୍ଧିଥାନ୍ତି । ସେହିପରି ଯେଉଁ ଲୋକମାନେ ଅତ୍ୟଧିକ କ୍ରୋଧିତ ହୁଅନ୍ତି କିମ୍ବା ମାନସିକ ଚାପରେ ରୁହନ୍ତି ସେମାନେ ନିଜ ମନକୁ ଶାନ୍ତ ରଖିବା ପାଇଁ ମୋତି ପିନ୍ଧିଥାନ୍ତି । ଏହା ବ୍ୟତୀତ ମୋତି ଶାନ୍ତ, ସୁନ୍ଦର ଏବଂ ଚନ୍ଦ୍ର ପରି ଥଣ୍ଡା ରହିଥାଏ । ଯେଉଁମାନଙ୍କର ଚନ୍ଦ୍ର ଅଶୁଭ କିମ୍ବା ଦୁର୍ବଳ ଥାଏ ସେମାନେ ମୋତି ପିନ୍ଧିବା ଜରୁରୀ ହୋଇଥାଏ । ମୋତି ପିନ୍ଧିବା ଦ୍ୱାରା ଅନେକ ଲୋକ ଲାଭ ପାଇଥାନ୍ତି ।

କେଉଁ ରାଶିର ଲୋକଙ୍କ ପାଇଁ ମୋତି ଶୁଭ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୋତିକୁ କର୍କଟ, ଧନୁ ଏବଂ ମୀନ ରାଶିର ଲୋକମାନେ ପିନ୍ଧି ପାରିବେ । ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କ ଜନ୍ମ ରାଶିରେ ଚନ୍ଦ୍ରମା ଗ୍ରହ ଉଚ୍ଚ ଏବଂ ସକରାତ୍ମକ ସ୍ଥିତିରେ ଥାଏ ସେହି ବ୍ୟକ୍ତିମାନେ ମୋତି ପିନ୍ଧି ପାରିବେ । ମୋତିକୁ ସର୍ବଦା ଚାନ୍ଦି ମୁଦିରେ ଧାରଣ କରିବା ଉଚିତ । ମୋତି ରତ୍ନ ଚନ୍ଦ୍ର ଗ୍ରହ ସହିତ ଜଡିତ । ତେଣୁ ଏହାକୁ ସୋମବାର ସକାଳେ ପିନ୍ଧିବା ଉଚିତ୍ । ଏହି ମୁଦି କୁ ହାତର ଛୋଟ ଆଙ୍ଗୁଠିରେ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ଏବଂ ଏହାକୁ ଅନ୍ୟ କୌଣସି ଆଙ୍ଗୁଠିରେ ପିନ୍ଧିବା ଦ୍ୱାରା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।

ମୋତି ରତ୍ନ ପିନ୍ଧିବାର ଗୁରୁତ୍ୱ :
ମୋତି ରତ୍ନ ପିନ୍ଧିବା କିଛି ଲୋକଙ୍କ ପାଇଁ ଅଶୁଭ ହୋଇଥାଏ, ଯାହା ଲୋକଙ୍କ ପାଇଁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେଣୁ ଏହାକୁ ପିନ୍ଧିବା ପୂର୍ବରୁ ନିଶ୍ଚିତ ଭାବରେ ଜ୍ୟୋତିଷଙ୍କଠାରୁ ପରାମର୍ଶ ନେବା ଉଚିତ । ହିନ୍ଦୁ ଧର୍ମରେ ମୋତିକୁ ଏକ ପବିତ୍ର ତଥା ଶୁଭ ରତ୍ନ ଭାବରେ ବୁଝାଯାଏ । ଏହା ବ୍ୟତୀତ ମୋତି ପିନ୍ଧିବା ଶୁଭ କିମ୍ବା ଅଶୁଭ ତାହା ବ୍ୟକ୍ତିର ବିଶ୍ୱାସ ଏବଂ ଧାର୍ମିକ ଦୃଷ୍ଟିକୋଣ ଉପରେ ନିର୍ଭର କରେ ।

Subhalaxmi Das

Recent Posts

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

9 mins ago

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

18 mins ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

47 mins ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

1 hour ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

2 hours ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

2 hours ago