ଆଧ୍ୟାତ୍ମିକ

ମହାବିନାୟକ ମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ, ପର୍ବରେ ସାମିଲ ହେଲେ ଶହ ଶହ ଭକ୍ତ

ଯାଯପୁର(କେନ୍ୟୁଜ): ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶେଷ ହୋଇଛି । ପାଲିଙ୍କି ଉପରେ ବସି ମା’ ପାର୍ବତୀଙ୍କ ପାଖରେ ପହଞ୍ଚି ବିବାହ କରିଛନ୍ତି ଭୋଳାଶଙ୍କର । ଏହି ପର୍ବରେ ସାମିଲ ହୋଇ ଶହ ଶହ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି । ନାଚ ଗୀତର ଆସରରେ କମ୍ପି ଉଠିଥିଲା ଗଗନ ପବନ । ଝିଲମିଲ ଆଲୋକରେ ଝଲସି ଉଠିଥିଲା ସାରା ସହର । ଶୁଭ ଲଗ୍ନରେ ଦେବ ଦମ୍ପତିଙ୍କ ହସ୍ତ ଗଣ୍ଠି ପଡିଥିଲା ।

ଧୁମଧାମରେ ବିଭିନ୍ନ ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି ଶୀତଳ ଷଷ୍ଠୀ ପର୍ବ । ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ହଜାର ହଜାର ଭକ୍ତ ସାମିଲ ହୋଇ ଏହି ପର୍ବକୁ ଆହୁରି ନିଆରା ଢଙ୍ଗରେ ପାଳିଥିଲେ । ବାଜା ବାଣ ରୋଷଣୀରେ ଦୁଲୁକି ଉଠିଥିଲା ଗାଁରୁ ସହର । ବରବେଶରେ ସଜେଇ ହୋଇ ମହାଦେବ ପାଲିଙ୍କିରେ ବସି ମା’ ପାର୍ବତୀଙ୍କ ପାଖରେ ପହଞ୍ଚିଥିଲେ । ପରେ ଆରମ୍ଭ ହୋଇଥିଲା ବିବାହ ର ସମସ୍ତ ରିତିନୀତି । ସାରା ଓଡ଼ିଶାରେ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଧୁମଧାମରେ ଶେଷ ହୋଇଛି ।

ସମାନ ଭାବେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ପାଳିତ ହୋଇଛି ପବିତ୍ର ଶୀତଳଷଷ୍ଠୀ ଉତ୍ସବ। ମନ୍ଦିରରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିରାଟ ପଟୁଆରରେ ବାଜା ରୋଷଣୀ ସହ ଦେବ ଦେବ ମହାଦେବ ମନ୍ଦିରକୁ ଯାଇ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଏହି ବିବାହ କାର୍ଯ୍ୟକ୍ରମକୁ ମହାବିନାୟକ ମନ୍ଦିର କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା । ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଭଗବାନ ଶିବ ଓ ମା’ ପାର୍ବତୀଙ୍କର ଏହି ବିଚିତ୍ର ଲୀଳାକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ମନ୍ଦିର ପରିସରରେ ଉପସ୍ଥିତ ରହିଥିଲେ । ବିବାହ ଉତ୍ସବକୁ ଦର୍ଶନ କରିବା ପରେ ପ୍ରସାଦ ସେବନ କରିଥିଲେ ସମସ୍ତ ଭକ୍ତ ।

ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ ରାଜ ହିମାଳୟଙ୍କ ଘରେ କନ୍ୟା ସନ୍ତାନ ରୂପେ ଜନ୍ମ ନେଇଥିଲେ। ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାଆନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ । ସମସ୍ତ ଶିବମନ୍ଦିରରେ ଏହାକୁ ବଡ଼ ଧୂମଧାମରେ ପାଳନ କରାଯାଏ।

ତେଣୁ ଶିବ ବିବାହ ପାଇଁ ମହାବିନାୟକ ମନ୍ଦିରକୁ ମଧ୍ୟ ଖୁବ ସୁନ୍ଦରଭାବେ ସଜା ଯାଇଥିଲା । କାହିଁ କେଉଁ କାଳରୁ ଏହି ଉତ୍ସବ ପାଳନ କରାଯାଉଛି । ତେବେ ମହାଦେବ ଓ ପାର୍ବତୀଙ୍କ ବିବାହ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଶିବ ପାର୍ବତୀଙ୍କ ଶୁଭ ବିବାହ ।

 

Subhalaxmi Das

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

35 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

37 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

41 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

46 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

49 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

1 hour ago