ଆଧ୍ୟାତ୍ମିକ

ଧୁମଧାମରେ ପାଳିତ ହେଲା ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ, ଏକାଦଶୀ ତିଥିରେ ଅନୁଷ୍ଠିତ ଏହି ପବିତ୍ର ଜଳକ୍ରୀଡା

ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି ଲାଗି କରାଯାଇ ଏହି ଉତ୍ସବ ପାଳନ କରାଯାଇଛି । ଦୋଳମଣ୍ଡପ ସାହି ଜେନାରୀଗଛ ଛକ ସ୍ଥିତ ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଭୋରରୁ ମା’ଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ଅବକାଶ, ବାଳ ଭୋଗ ଓ ଶଙ୍ଖୁଡି ଭୋଗ ପରେ ମାଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା । ପରେ ଭକ୍ତମାନେ ନିକଟସ୍ଥ କୂଅରୁ ଗରାରେ ଜଳ ଆଣି ମା’ଙ୍କ ଆସ୍ଥାନ ନିକଟରେ ଥୋଇବା ପରେ ମା’ଙ୍କ ପୂଜକମାନେ ଜଳରେ ଅଗୁର, ଚନ୍ଦନ, ଚୁଆ, କେସର ଓ ସୁବାସିତ ପୁଷ୍ପ ମିଶ୍ରଣ କରିଥିଲେ । ପରେ ମା’ଙ୍କ ମସ୍ତକରେ ଜଳ ଲାଗି କରାଯାଇଥିଲା । ମା’ଙ୍କ ନିକଟରେ ପଣା ଭୋଗ କରାଯାଇଥିଲା ।

ସନ୍ଧ୍ୟାରେ ମା’ଙ୍କ ଆସ୍ଥାନରୁ ଜଳ ନିଷ୍କାସନ କରାଯିବା ପରେ ମା’ଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇ ସନ୍ଧ୍ୟା ଆଳତି କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ମା’ଙ୍କ ଜଳଶାୟୀ ବେଶ ଦର୍ଶନ କରି ଆଶିଷ ଲାଭ କରିଥିଲେ । ରାତିରେ ମା’ଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଥିଲା । ଏହି ଅବସରରେ ମା’ଙ୍କ ମନ୍ଦିରକୁ ଉଜ୍ୱଳ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ମା’ ରାମଚଣ୍ଡୀ ଠାକୁରାଣୀ ପରିଚାଳନା କମିଟିର ସଦସ୍ୟମାନେ ମା’ଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଭକ୍ତମାନଙ୍କର ମା’ଙ୍କ ଉପରେ ରହିଛି ଅଗାଢ଼ ବିଶ୍ୱାସ ରହିଛି । ମା’ଙ୍କ ନିକଟରେ ଯାହା ବି ପ୍ରାର୍ଥନା କଲେ ତାହା ପୂରଣ ହୁଏ ବୋଲି ଭକ୍ତମାନେ କୁହନ୍ତି । ମା’ଙ୍କ ଏହି ପବିତ୍ର ଉତ୍ସବ ଦର୍ଶନ କରିବା ପାଇଁ ଭକ୍ତମାନେ ମନ୍ଦିରକୁ ଆସିଥିଲେ । ମାଡ଼ଙ୍କ ଠାରୁ ଆଶିଷ ଭିକ୍ଷା କରି ନିଜକୁ ଧନ୍ୟ ମନେ କରିଥିଲେ ଭକ୍ତ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago