ଆଧ୍ୟାତ୍ମିକ

ନୂଆଁଖାଇ ପର୍ବରେ ପରିବାର ହୋଇଯାଏ ଏକାଠି, ନୂଆ ଧାନକୁ ପୂଜା କରି ପ୍ରସାଦ ରୂପେ ଗ୍ରହଣ କରନ୍ତି ସମସ୍ତେ

ନୂଆଁଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ଆଜି ଜାଣନ୍ତୁ ଏହି ପର୍ବ ପ୍ରଥମେ କେବେ ଆରମ୍ଭ ହୋଇଥିଲା । ତେବେ ସୂଚନା ଅନୁସାରେ ନୂଆଖାଇ ବହୁ ଆଦିମ ଦିନରୁ ରହି ଆସିଛି ବୋଲି ମତ ରହିଛି । ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଂଚଳ ହୋଇପଡ଼ିଥାଏ । ଏ ନୂଆଁଖାଇର ପରମ୍ପରା ବହୁ ପୁରୁଣା । ପଶ୍ଚିମ ଓଡ଼ିଶାର ସବୁଠୁ ବଡ ପର୍ବ କହିଲେ ନୂଆଁଖାଇକୁ ବୁଝାଏ ।

ନୂଆଁଖାଇ ପୂର୍ବରୁ ଘର ସାଜସଜ୍ଜା କରିବା ସହିତ ପରିବାର ସମସ୍ତଙ୍କ ପାଇଁ ନୂଆ ଲୁଗା କିଣାଯାଇଥାଏ । ଏହି ଦିନ ପ୍ରକୃତିର ନୂଆ ଶସ୍ୟକୁ ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ ଏହାକୁ ପରିବାର ଏକାଠି ବସି ପ୍ରସାଦ ରୂପରେ ଖାଇଥାନ୍ତି , ଆଉ ଏହା ହିଁ ନୂଆଖାଇ । ଏହା ସହିତ ନୂଆଖାଇ ଦିନ ବିଭିନ୍ନ ପିଠାପଣା ତିଆରି ହେବା ସହ ସ୍ୱତନ୍ତ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ନୂଆଖାଇ ପଶ୍ଚିମ ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ଇତିହାସକୁ ଦେଖିଲେ ୨୦୦ ଶତାବ୍ଦୀର ପରବର୍ତ୍ତୀ ଭାଗରେ ପଶ୍ଚିମ ଓଡ଼ିଶାକୁ ଚୌହାନ ବଂଶର ରାଜାମାନେ ଆସିବା ପରେ ଏଠି ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତି ମିଳନ ହୋଇଥିଲା ।

ଚୌହାନ ରାଜାମାନେ ମା ସମଲେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ଗ୍ରହଣ କରିଥିଲେ । ଏହାପରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା । ନବାନ୍ନ ଗ୍ରହଣ କଲା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ରହିଥାଏ । ଏହି ଦିନ ବାହାରେ ରହୁଥିବା ସମସ୍ତ ଲୋକ ନିଜ ଘରକୁ ଫେରି ଆସି ଏହି ପର୍ବକୁ ମାନିଥାନ୍ତି । ଏହା ପାରିବାରିକ ବନ୍ଧନକୁ ଦୃଢ଼ କରିବା ସହ ସାମାଜିକ ଢ଼ାଂଚାକୁ ବଂଚାଇ ରଖେ। ନୂଆଖାଇ ଯେ କେବଳ ଭାବ ପ୍ରବଣତାର ଉତ୍ସବ ତାହା ନୁହେଁ ଏହା ପ୍ରକୃ୍‌ତି ପୂଜା, ବଡ଼ମାନଙ୍କୁ ସମ୍ମାନ ଦେବା ସହ ସମର୍ପଣ ଭାବର ଶିକ୍ଷା ଦେଇଥାଏ ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago