ନୂଆଁଖାଇ ପର୍ବରେ ପରିବାର ହୋଇଯାଏ ଏକାଠି, ନୂଆ ଧାନକୁ ପୂଜା କରି ପ୍ରସାଦ ରୂପେ ଗ୍ରହଣ କରନ୍ତି ସମସ୍ତେ
ନୂଆଁଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ଆଜି ଜାଣନ୍ତୁ ଏହି ପର୍ବ ପ୍ରଥମେ କେବେ ଆରମ୍ଭ ହୋଇଥିଲା । ତେବେ ସୂଚନା ଅନୁସାରେ ନୂଆଖାଇ ବହୁ ଆଦିମ ଦିନରୁ ରହି ଆସିଛି ବୋଲି ମତ ରହିଛି । ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଂଚଳ ହୋଇପଡ଼ିଥାଏ । ଏ ନୂଆଁଖାଇର ପରମ୍ପରା ବହୁ ପୁରୁଣା । ପଶ୍ଚିମ ଓଡ଼ିଶାର ସବୁଠୁ ବଡ ପର୍ବ କହିଲେ ନୂଆଁଖାଇକୁ ବୁଝାଏ ।

ନୂଆଁଖାଇ ପୂର୍ବରୁ ଘର ସାଜସଜ୍ଜା କରିବା ସହିତ ପରିବାର ସମସ୍ତଙ୍କ ପାଇଁ ନୂଆ ଲୁଗା କିଣାଯାଇଥାଏ । ଏହି ଦିନ ପ୍ରକୃତିର ନୂଆ ଶସ୍ୟକୁ ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ ଏହାକୁ ପରିବାର ଏକାଠି ବସି ପ୍ରସାଦ ରୂପରେ ଖାଇଥାନ୍ତି , ଆଉ ଏହା ହିଁ ନୂଆଖାଇ । ଏହା ସହିତ ନୂଆଖାଇ ଦିନ ବିଭିନ୍ନ ପିଠାପଣା ତିଆରି ହେବା ସହ ସ୍ୱତନ୍ତ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ନୂଆଖାଇ ପଶ୍ଚିମ ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ଇତିହାସକୁ ଦେଖିଲେ ୨୦୦ ଶତାବ୍ଦୀର ପରବର୍ତ୍ତୀ ଭାଗରେ ପଶ୍ଚିମ ଓଡ଼ିଶାକୁ ଚୌହାନ ବଂଶର ରାଜାମାନେ ଆସିବା ପରେ ଏଠି ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତି ମିଳନ ହୋଇଥିଲା ।
ଚୌହାନ ରାଜାମାନେ ମା ସମଲେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ଗ୍ରହଣ କରିଥିଲେ । ଏହାପରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା । ନବାନ୍ନ ଗ୍ରହଣ କଲା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ରହିଥାଏ । ଏହି ଦିନ ବାହାରେ ରହୁଥିବା ସମସ୍ତ ଲୋକ ନିଜ ଘରକୁ ଫେରି ଆସି ଏହି ପର୍ବକୁ ମାନିଥାନ୍ତି । ଏହା ପାରିବାରିକ ବନ୍ଧନକୁ ଦୃଢ଼ କରିବା ସହ ସାମାଜିକ ଢ଼ାଂଚାକୁ ବଂଚାଇ ରଖେ। ନୂଆଖାଇ ଯେ କେବଳ ଭାବ ପ୍ରବଣତାର ଉତ୍ସବ ତାହା ନୁହେଁ ଏହା ପ୍ରକୃ୍ତି ପୂଜା, ବଡ଼ମାନଙ୍କୁ ସମ୍ମାନ ଦେବା ସହ ସମର୍ପଣ ଭାବର ଶିକ୍ଷା ଦେଇଥାଏ ।