ବଢ଼ୁଛି ତିକ୍ତତା…କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କଲେ ମୋଦି ସରକାର

ବଢ଼ୁଛି ଭାରତ-କାନାଡା ତିକ୍ତତା। କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ବଢ଼ୁଛି ଭାରତ-କାନାଡା ତିକ୍ତତା। କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କାନାଡାରେ ବଢ଼ି ଚାଲିଥିବା ଭାରତ ବିରୋଧୀ ଗତିବିଧି, ରାଜନୈତିକ ଅପରାଧ ଓ ହିଂସାକୁ ଦୃଷ୍ଟିରେ ରଖି କାନାଡାରେ ରହୁଥିବା ନିଜ ନାଗରିକମାନଙ୍କୁ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ଭାରତ ଅନୁରୋଧ କରିଛି।

ତେବେ ଏହି ସତର୍କତାକୁ ଭାରତର କଡ଼ା ଜବାବ ବୋଲି କୁହାଯାଉଛି। କାରଣ, ଦିନକ ପୂର୍ବରୁ ହିଁ କାନାଡା ସରକାର ଏହିଭଳି ସତର୍କତା ଜାରି କରି ଭାରତରେ ରହୁଥିବା ନିଜ ନାଗରିକମାନଙ୍କୁ ସାବଧାନ ରହିବାକୁ ଅନୁରୋଧ କରିଥିଲେ। କାନାଡା ସରକାର କହିଥିଲେ ଯେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ଭାରତରେ ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ। ଯଦି ସମ୍ଭବ, ତେବେ ଭାରତକୁ ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ।

ଗତ ୪୮ ଘଣ୍ଟା ମଧ୍ୟରେ ଭାରତ ଦୁଇଥର କାନାଡାର କାର୍ଯ୍ୟକଳାପକୁ ଉପଯୁକ୍ତ ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାରେ କାନାଡା ପ୍ରଥମେ ଭାରତକୁ ଦୋଷାରୋପ କରିଥିଲା। ସୋମବାର ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ କାନାଡା ସରକାର।

ଏହାପରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ଡିପ୍ଲୋମାଟ୍‌ଙ୍କୁ ୫ ଦିନ ମଧ୍ୟରେ କାନାଡା ଫେରିଯିବାକୁ ଆଦେଶ ଦେଇଥିଲା। ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ସଂସଦ ‘ହାଉସ ଅଫ୍ କମନ୍ସ’ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.