Below header

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ରେସକ୍ୟୁ ଅପରେସନରେ କୋଷ୍ଟଗାର୍ଡ ହେଲିକେପ୍ଟର ନିୟୋଜିତ ଅଛି । ଗତକାଲି ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଯାଇଥିଲା । ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ବୁଡି ଯାଇଥିଲା ଡଙ୍ଗା l

ପାରାଦୀପ(କେନ୍ୟୁଜ୍): ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଖୋଜୁଛନ୍ତି କୋଷ୍ଟଗାର୍ଡ ସମେତ ଓଡ୍ରାଫ, ଅଗ୍ନିଶମ ବାହିନୀ ଟିମ୍ ଓ ମେରାଇନ୍ ଥାନା ପୋଲିସ ।

ରେସକ୍ୟୁ ଅପରେସନରେ କୋଷ୍ଟଗାର୍ଡ ହେଲିକେପ୍ଟର ନିୟୋଜିତ ଅଛି । ଗତକାଲି ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଯାଇଥିଲା । ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ବୁଡି ଯାଇଥିଲା ଡଙ୍ଗା l ଏଥିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ୩ ମତ୍ସ୍ୟଜୀବୀଙ୍କର ଏଯାଏ କୌଣସି ପତ୍ତା ମିଳୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.