ଆଧ୍ୟାତ୍ମିକ

କାହିଁକି ନିଷେଧ ହୋଇଥାଏ ମଳମାସରେ ତୁଳସୀ ଗଛ ପୂଜା, ଜାଣନ୍ତୁ କାରଣ

ହିନ୍ଦୁ ଧର୍ମରେ ଦେବତାମାନଙ୍କର ରାଜା ସୂର୍ଯ୍ୟ ଭଗବାନ ଧନୁ ରାଶି କିମ୍ବା ମୀନରେ ପ୍ରବେଶ କରିବା ମାତ୍ରେ ମଳମାସ ଆରମ୍ଭ ହୁଏ । ଏହିଥର ମଳମାସ ଡିସେମ୍ବର ୧୬, ୨୦୨୩ରୁ ଆରମ୍ଭ ହୋଇ ଜାନୁୟାରୀ ୧୫, ୨୦୨୪ରେ ଶେଷ ହେବ । ଏଥର ମଳମାସ ଅବଧି ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚାଲିବ । ମଳମାସ ଚାଲିଥିବା ସମୟରେ କୌଣସି ପ୍ରକାରର ଶୁଭ କାମ କରିବା ନିଷେଧ ହୋଇଥାଏ । ତେବେ ଏହି ମାସରେ ତୁଳସୀ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏପରି ପରିସ୍ଥିତିରେ ଆଜି ଆମେ ତୁଲସୀ ପୂଜା ସହିତ ଜଡିତ କିଛି ପ୍ରତିକାର ବିଷୟରେ କହିବାକୁ ଯାଉଛୁ, ତେବେ ଆପଣମାନେ ଏହାକୁ ଜାଣି ମାତା ତୁଳସୀଙ୍କ ଆଶୀର୍ବାଦ ପାଇପାରିବେ । ତାହେଲେ ଆସନ୍ତୁ ଏହି ବିଷୟରେ କିଛି ବିଶେଷ କଥା ଜାଣିବା ।

ଏହି ବର୍ଷର ମଳମାସ ଆରମ୍ଭ ହୋଇଛି ଏବଂ ଏହି ସମୟ ମଧ୍ୟରେ ଭଗବାନ ଶ୍ରୀ ହରି ଏବଂ ମା’ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ ଏହି ସମୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି ଏବଂ ଭୋଗରେ ତୁଳସୀ ପାଣି ମିଶାନ୍ତି, ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଆଶୀର୍ବାଦ ରଖିବେ । ଏହା ସହିତ ଯିଏ ତୁଳସୀ ଗଛକୁ ପୂଜା କରିବା ସମୟରେ ଘି ଦୀପ ଜାଳେ ଏବଂ ତୁଳସୀ ଗଛ ଚାରିପଟେ ଘୂରି ବୁଲେ, ସେ ବ୍ୟକ୍ତି ଧନ ଦେବୀଙ୍କୁ ପ୍ରସନ୍ନ କରିପାରିବେ ।

ମଳମାସରେ ଏହି ଭୁଲ କରନ୍ତୁ ନାହିଁ :
ମଳମାସରେ ତୁଳସୀ ଗଛରେ ଭୁଲ୍‌ରେ ମଧ୍ୟ ସନ୍ଦୁର କିମ୍ବା ତା ସହ ଜଡିତ ଅନ୍ୟ କୌଣସି ଜିନିଷ ଦେବା ଉଚିତ୍ ନୁହେଁ । ଏହା ସହ ମନେରଖନ୍ତୁ ଯେ ଏହି ସମୟ ମଧ୍ୟରେ ତୁଳସୀଙ୍କୁ ଦୁବ ମଧ୍ୟ ଅର୍ପଣ କରିବା ଉଚିତ୍ ନୁହେଁ । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଏପରି କରିବା ଦ୍ୱାରା ଧନ ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ମଳମାସରେ ତୁଳସୀ ଗଛରେ ଜଳ, ଦୀପ ଏବଂ ଧୂପକାଠି ଦାନ କରିପାରିବେ । କିନ୍ତୁ ଯେକୌଣସି ପ୍ରକାର ଶୁଭ କାମ କରିବା ନିଷେଧ ହୋଇଥାଏ ।

ସେହି ସମୟରେ ତୁଳସୀ ଗଛରୁ ପତ୍ର ତୋଳନ୍ତୁ ନାହିଁ :
ଯଦିଓ ଆପଣ ମଳମାସରେ ମାତା ତୁଳସୀଙ୍କୁ ପୂଜା କରିବେ, କିନ୍ତୁ ମନେରଖନ୍ତୁ ଯେ ଏହି ମାସରେ ତୁଳସୀ ଗଛକୁ ଛୁଇଁବା ଅତ୍ୟନ୍ତ ନିନ୍ଦନୀୟ ହୋଇଥାଏ । ଏହା କରିବା ଦ୍ୱାରା ମା’ ତୁଳସୀଙ୍କ ଗଛ ଦୂଷିତ ହୋଇଯାଏ । ସେଥିପାଇଁ ଧ୍ୟାନ ରଖିବେ ମଳମାସରେ ତୁଳସୀ ଗଛକୁ ପୂଜା କରିବା ସମୟରେ ଏହାକୁ ସ୍ପର୍ଶ କରିବେ ନାହିଁ କିମ୍ବା ପୂଜା କରିବା ସମୟରେ ଏହାର ପତ୍ର ତୋଳିବେ ନାହିଁ ।

ଥଣ୍ଡା ସମୟରେ ଏପରି ବଞ୍ଚାନ୍ତୁ ତୁଳସୀ ଗଛକୁ :
ମଳମାସ ଆରମ୍ଭ ହେବା ମାତ୍ରେ ଥଣ୍ଡା ବଢିବା ପାଇଁ ଲାଗିଥାଏ । ତେବେ ଏପରି ପରିସ୍ଥିତିରେ ତୁଳସୀ ଗଛ ଥଣ୍ଡା ହେତୁ ଶୁଖିବାକୁ ଆରମ୍ଭ କରିଥାଏ । ତେଣୁ ଏହି ସମୟ ମଧ୍ୟରେ ଯଦି ଆପଣ ତୁଳସୀ ଗଛକୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏକ ପତଳା କପଡା ସାହାଯ୍ୟରେ ତୁଳସୀ ଗଛକୁ ଘୋଡାଇ ଦିଅନ୍ତୁ । କିନ୍ତୁ ମନେରଖନ୍ତୁ ଯେ କପଡା ସଫା ହେବା ଜରୁରୀ । ଏହା ତୁଲସୀ ଗଛକୁ ଥଣ୍ଡା ପ୍ରଭାବରୁ ରକ୍ଷା କରିବ ।

 

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

6 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

20 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

33 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

34 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago