ଦେଶ ବିଦେଶ

ତିଆରି ହେଉଛି ଭାରତୀୟ ନୌସେନାର ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ବୁଡ଼ାଜାହାଜ ବଙ୍କର୍‌, ଜାଣନ୍ତୁ INS Varsha ବିଷୟରେ…

INS Varsha, ଭାରତର ଗୁପ୍ତ ନୌସେନା ବେସ୍‌। ଏଠାରେ ପରମାଣୁ ବୁଡ଼ାଜାହାଜ ରଖାଯିବ। ଏହାକୁ ସଞ୍ଚାଳନ କରିବ ଇଷ୍ଟର୍ନ ନାଭାଲ୍ କମାଣ୍ଡ, ଯାହାର ମୁଖ୍ୟାଳୟ ରହିଛି ବିଶାଖାପାଟଣାରେ। ପ୍ରଥମେ ଏହି ବେସ୍‌ ଗଙ୍ଗାଭରମ୍‌ରେ ନିର୍ମାଣ ହେବାକୁ ଯାଉଥିଲା। କିନ୍ତୁ ପରେ ବିଶାଖାପାଟଣାଠାରୁ ୫୦ କିଲୋମିଟର ଦୂର ରାମ୍ବିଲିରେ ଏହା ନିର୍ମାଣ କରାଯାଉଛି।

INS Varsha ନୌସେନା ବେସ୍‌ରେ ପାଖାପାଖି ୮ରୁ ୧୨ଟି ବୁଡ଼ାଜାହାଜ ରହିପାରିବ। ‘ପ୍ରୋଜେକ୍ଟ ବର୍ଷା’ ଅଧୀନରେ INS Varsha ନିର୍ମାଣ କରାଯାଉଛି। ଏହା ନାଭାଲ୍ ଅଲ୍‌ଟରନେଟିଭ୍‌ ଅପରେସନ୍ ବେସ୍ (NAOB) ହେବ। କୁହାଯାଉଛି କି, ଆସନ୍ତା ବର୍ଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହୋଇଯିବ। ଏହି ବେସ୍‌କୁ ନିର୍ମାଣ ପାଇଁ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଲିୟରାନ୍ସ ଦେଇଥିଲେ। ସେବେଠାରୁ ଏହାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି, ଯଦ୍ଦ୍ଵାରା ନୌସେନା ଶକ୍ତିକୁ ବୃଦ୍ଧି କରାଯାଇ ପାରିବ।

ରାମ୍ବିଲି ନାଭାଲ୍ ବେସ୍ ଆନ୍ଧ୍ର ପ୍ରଦେଶର ଅନାକାପାଲେ ଜିଲ୍ଲାରେ ଆସୁଛି। ଏହାର ଅବସ୍ଥାନ ଏପରି ଯେ ଭାରତୀୟ ନୌସେନା ଉଭୟ ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ସହଜରେ ସୁରକ୍ଷା ଦେଇପାରିବ। ଏହି ବେସ୍‌ ଅଣ୍ଡରଗ୍ରାଉଣ୍ଡ ହେବ। ଭୂମି ଉପରେ ଦେଖାଯିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ଏଠାରେ ଏକାଧିକ ସୁଡ଼ଙ୍ଗ ତିଆରି କରାଯାଇଛି।

ଏହି ସୁଡ଼ଙ୍ଗଗୁଡ଼ିକ ଭିତରେ ୮ରୁ ୧୨ଟି ପରମାଣୁ ଚାଳିତ ବାଲିଷ୍ଟିକ୍ ବୁଡ଼ାଜାହାଜ ଏବଂ ଆସଲ୍ଟ ବୁଡ଼ାଜାହାଜ ରଖାଯିବ। ବେସ୍‌ର ଉପର ଭାଗଟି ପାହାଡ଼ିଆ, ଯାହା ଉପରେ ଜଙ୍ଗଲ ରହିଛି। ଏହା ପାଖାପାଖି ୬୭୦ ହେକ୍ଟରରେ ବ୍ୟାପିଛି।

Roshni

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

3 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

3 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago