ଆଧ୍ୟାତ୍ମିକ

କେଉଁ ସ୍ଥାନରେ ହୋଇଥିଲା ସୃଷ୍ଟିର ପ୍ରଥମ ଯଜ୍ଞ, ଜାଣନ୍ତୁ ଭାରତର ୬ ପ୍ରାଚୀନ ସହରର ଇତିହାସ

(କେନ୍ୟୁଜ ବ୍ୟୁରୋ): ଧାର୍ମିକ ଦୃଷ୍ଟିରୁ ଭାରତ ଦେଶ ବିଦେଶରେ ବେଶ ପରିଚିତ । ଭାରତରେ ଏପରି ଅନେକ ରାଜ୍ୟ ଅଛି ଯାହାର ଆଧ୍ୟାତ୍ମିକ ଇତିହାସ ରହିଛି । ଏହି ପ୍ରାଚୀନ ସହର ବିଷୟରେ ଆପଣ ହୁଏତ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ସହର ମାନଙ୍କର ଇତିହାସ ।

୫ ହଜାର ବର୍ଷରୁ ବି ଅଧିକ ପୁରୁଣା ଉତ୍ତର ପ୍ରଦେଶର ବାରଣାସୀ ସହର । ବଋଣା ଏବଂ ଅସୀ ନଦୀ ମଧ୍ୟ ସ୍ଥଳରେ ଏହି ସହରର ଉପସ୍ଥିତି ଥିବାରୁ ଏହାର ନାମ ଏପରି ରଖାଯାଇଛି । ଧାର୍ମିକ ଏବଂ ଶିକ୍ଷଣୀୟ ଦୃଷ୍ଟିରୁ ମଧ୍ୟ ଏହାର ମହତ୍ତ୍ୱ ରହିଛି ।

ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହିଁ ହୋଇଥିଲା । ହିନ୍ଦୁମାନଙ୍କ ପବିତ୍ର ତୀର୍ଥସ୍ଥଳୀ ମଧ୍ୟରୁ ଏହା ଅନ୍ୟତମ । ସତାୟୁ ନଦୀ କୂଳରେ ଏହି ପବିତ୍ର ସ୍ଥାନ ରହିଛି ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ଗୌରବମୟ ଇତିହାସ ରହିଛି । ତୀର୍ଥରାଜ କୁହାଯାଉଥିବା ଏହି ସହର ଗଙ୍ଗା-ଯମୁନା ନଦୀର ମିଳନ ସ୍ଥଳରେ ଅବସ୍ଥିତ । ଏହା ଆହ୍ଲାବାଦ ନାମରେ ମଧ୍ୟ ବେଶ୍‌ ଜଣାଶୁଣା । ବିଶ୍ୱାସ କରାଯାଏ ଯେ ଭଗବାନ ବ୍ରହ୍ମା ଏହି ପୃଥିବୀରେ ବ୍ରହ୍ମାଣ୍ଡର ପ୍ରଥମ ଯଜ୍ଞ କରିଥିଲେ ।

ଖ୍ରୀଷ୍ଟପୂର୍ବ ୧୦୦୦ ବର୍ଷ ପୂର୍ବରୁ ପାଣ୍ଡବମାନେ ଭଗବାନ କୃଷ୍ଣଙ୍କ ସାହାଯ୍ୟରେ ଯମୁନା ନଦୀ କୂଳରେ ଇନ୍ଦ୍ରପ୍ରସ୍ଥ ପ୍ରତିଷ୍ଠା କରିଥିଲେ। ଇନ୍ଦ୍ରପ୍ରସ୍ଥ ମଧ୍ୟ ଦିଲ୍ଲୀର ଐତିହାସିକ ନାମ । ଯାହାର ଅର୍ଥ ଇନ୍ଦ୍ରଙ୍କ ସହର ।

ଉଜୈନ ସହର ମଧ୍ୟଯୁଗୀୟ ଭାରତର ପ୍ରାଥମିକ ସହର ମଧ୍ୟରେ ଜଣାଯାଏ । ଏହା ମହାନ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜଧାନୀ ଥିଲା । ଏହା କାଳିଦାସଙ୍କ ସହର ଭାବରେ ମଧ୍ୟ ଜଣାଶୁଣା । ପ୍ରତ୍ୟେକ ୧୨ ବର୍ଷରେ ଥରେ ଏଠାରେ ମହାକୁମ୍ଭ ମେଳା ହୋଇଥାଏ । ହିନ୍ଦୁ ଧର୍ମରେ ଏହି ମେଳାର ଅଧିକ ମହତ୍ତ୍ୱ ରହିଛି । କୁମ୍ଭ ମେଳା ସମୟରେ ନିକଟସ୍ଥ ନଦୀରେ ସ୍ନାନ କରିବା ଦ୍ୱାରା ମଣିଷର ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ ଦେଶର କୋଣ ଅନୁକୋଣରୁ କୋଟି କୋଟି ଲୋକ ଗାଧୋଇବା ପାଇଁ କୁମ୍ବ ମେଳାରେ ପହଞ୍ଚିଥାନ୍ତି ।

ବିହାରର ନାଳନ୍ଦା ଠାରେ ଅବସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାରତର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରିବାକୁ ଆସିଥାନ୍ତି। ଏହାର ସ୍ଥାପନା କୁମାରଗୁପ୍ତ କରିଥିଲେ । ପ୍ରାଚୀନ କାଳରେ ଏହା ବୌଦ୍ଧ ଧର୍ମ ଏବଂ ଶିକ୍ଷାର ଏକ ମହାନ କେନ୍ଦ୍ର ଥିଲା । ୧୦ହଜାର ଛାତ୍ରଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା ଥିଲା ।

KNews Bureau

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

6 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

7 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

7 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

48 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

59 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago