Categories: ଦଶହରା

ନବରାତ୍ରୀ ରେସିପି ସାଗୁ ପଖାଳ : ଘରେ କରି ଦେଖନ୍ତୁ ଓ ଉପାସିଆ ଲୋକଙ୍କୁ ଖୁଆନ୍ତୁ

ବିଭିନ୍ନ ଦେବୀ ପୀଠଗୁଡ଼ିକରେ ଆରମ୍ଭ ହୋଇଗଲାଣି ମା’ଙ୍କର ଷୋହଳ ପୂଜା । ଆଗକୁ ନବରାତ୍ରୀ ଆସୁଛି । ଏହି ନବରାତ୍ରୀ ସମୟରେ ଅନେକ ଲୋକ ପୂରା ୯ ଦିନ ଧରି ଉପବାସ କରିଥାନ୍ତି । କିଛି ଲୋକ ନିଷ୍ଠାର ସହ ରହି କେବଳ ଫଳାହାର କରିଥାନ୍ତି । ହେଲେ ଆଉ କିଛି କେବଳ ସାତ୍ତ୍ୱିକ ଭୋଜନ କରନ୍ତି ।
ତେବେ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ଶରୀରକୁ ଜଗି ଉପବାସ ଆଦି କରିବା ଉଚିତ । ଏହି ସମୟରେ ଆପଣମାନେ କଣ ଖାଇଲେ ନିଷ୍ଠା ରହିବ ଓ ଦେହ ମଧ୍ୟ ଖରାପ ହେବ ନାହିଁ । ଚାଲନ୍ତୁ କେନ୍ୟୁଜ୍‌ ତରଫରୁ ଆଜି ଆପଣଙ୍କୁ ଏକ ସ୍ପେସାଲ ରେସିପି କହୁଛୁ । ଯାହା ଆପଣଙ୍କ ପାଟି ସୁଆଦକୁ ବନାଇ ରଖିବ ଓ ତା ସହିତ ଶରୀରକୁ ସୁସ୍ଥ ବି ରଖିବ । ଆପଣ ଏହାକୁ ସକାଳେ ହେଉ କି ଦିନ ବେଳା ଯେକୌଣସି ସମୟରେ ଖାଇ ପାରିବେ ।

ଆସନ୍ତୁ ଜାଣିବା ଏହି ରେସିପି । ଯାହାର ନାଁ ହେଉଛି ସାଗୁ ପଖାଳ । ପ୍ରଥମେ କିଛି ବଡ଼ଦାନା ସାଗୁ ନେଇ ତାକୁ ପାଣିରେ ରାତିରୁ ଭେଦାଇ ଦିଅନ୍ତୁ । ସକାଳେ ତାକୁ ଅଳ୍ପ ଉଷୁମ ପାଣିରେ କିଛି ସମୟ ଫୁଟାଇ କାଢ଼ି ଦିଅନ୍ତୁ । ସାଗୁ ଯେଭଳି ପୂରା ଫିଟି ନଯାଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ଏହା ପରେ କଡ଼େଇରେ ସାମାନ୍ୟ ଘିଅ ଦେଇ ହେଙ୍ଗୁ, ଜୀରା, କଞ୍ଚା ଲଙ୍କା ଓ ଭୁସଙ୍ଗ ପତ୍ର ପକାଇ ଫୁଟାଇ ଦିଅନ୍ତୁ । ସେହି ଫୁଟଣକୁ ସାଗୁ ଦେହରେ ମିଶାଇବା ପରେ ଏଥିରେ ଦହି ମିଶାନ୍ତୁ । ଆବଶ୍ୟକ ଅନୁସାରେ ଲୁଣ ପକାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ସର୍ବତ ଭଳି ଯେତେବେଳେ ବି ଖାଇ ପାରିବେ। ଏହି ସାଗୁ ପଖାଳ ଯେତିକି ସ୍ୱାଦିଷ୍ଟ, ଶରୀର ପ୍ରତି ସେତିକି ଭଲ । ଥରେ କରି ଦେଖନ୍ତୁ ତ ? ପାଟିରୁ ଛାଡ଼ିବ ନାହିଁ । ବିଶେଷ କରି ଉପାସିଆ ଲୋକଙ୍କୁ ବେଶ୍‌ ଭଲ ଲାଗିବ ଏହି ସାଗୁ ପଖାଳ ବା ସାଗୁ ସର୍ବତ ।

KNews Bureau

Share
Published by
KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago