Below header

ନବରାତ୍ରୀ ରେସିପି ସାଗୁ ପଖାଳ : ଘରେ କରି ଦେଖନ୍ତୁ ଓ ଉପାସିଆ ଲୋକଙ୍କୁ ଖୁଆନ୍ତୁ

ବିଭିନ୍ନ ଦେବୀ ପୀଠଗୁଡ଼ିକରେ ଆରମ୍ଭ ହୋଇଗଲାଣି ମା’ଙ୍କର ଷୋହଳ ପୂଜା । ଆଗକୁ ନବରାତ୍ରୀ ଆସୁଛି । ଏହି ନବରାତ୍ରୀ ସମୟରେ ଅନେକ ଲୋକ ପୂରା ୯ ଦିନ ଧରି ଉପବାସ କରିଥାନ୍ତି । କିଛି ଲୋକ ନିଷ୍ଠାର ସହ ରହି କେବଳ ଫଳାହାର କରିଥାନ୍ତି । ହେଲେ ଆଉ କିଛି କେବଳ ସାତ୍ତ୍ୱିକ ଭୋଜନ କରନ୍ତି ।
ତେବେ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ଶରୀରକୁ ଜଗି ଉପବାସ ଆଦି କରିବା ଉଚିତ । ଏହି ସମୟରେ ଆପଣମାନେ କଣ ଖାଇଲେ ନିଷ୍ଠା ରହିବ ଓ ଦେହ ମଧ୍ୟ ଖରାପ ହେବ ନାହିଁ । ଚାଲନ୍ତୁ କେନ୍ୟୁଜ୍‌ ତରଫରୁ ଆଜି ଆପଣଙ୍କୁ ଏକ ସ୍ପେସାଲ ରେସିପି କହୁଛୁ । ଯାହା ଆପଣଙ୍କ ପାଟି ସୁଆଦକୁ ବନାଇ ରଖିବ ଓ ତା ସହିତ ଶରୀରକୁ ସୁସ୍ଥ ବି ରଖିବ । ଆପଣ ଏହାକୁ ସକାଳେ ହେଉ କି ଦିନ ବେଳା ଯେକୌଣସି ସମୟରେ ଖାଇ ପାରିବେ ।

SAGOO-1ଆସନ୍ତୁ ଜାଣିବା ଏହି ରେସିପି । ଯାହାର ନାଁ ହେଉଛି ସାଗୁ ପଖାଳ । ପ୍ରଥମେ କିଛି ବଡ଼ଦାନା ସାଗୁ ନେଇ ତାକୁ ପାଣିରେ ରାତିରୁ ଭେଦାଇ ଦିଅନ୍ତୁ । ସକାଳେ ତାକୁ ଅଳ୍ପ ଉଷୁମ ପାଣିରେ କିଛି ସମୟ ଫୁଟାଇ କାଢ଼ି ଦିଅନ୍ତୁ । ସାଗୁ ଯେଭଳି ପୂରା ଫିଟି ନଯାଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ଏହା ପରେ କଡ଼େଇରେ ସାମାନ୍ୟ ଘିଅ ଦେଇ ହେଙ୍ଗୁ, ଜୀରା, କଞ୍ଚା ଲଙ୍କା ଓ ଭୁସଙ୍ଗ ପତ୍ର ପକାଇ ଫୁଟାଇ ଦିଅନ୍ତୁ । ସେହି ଫୁଟଣକୁ ସାଗୁ ଦେହରେ ମିଶାଇବା ପରେ ଏଥିରେ ଦହି ମିଶାନ୍ତୁ । ଆବଶ୍ୟକ ଅନୁସାରେ ଲୁଣ ପକାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ସର୍ବତ ଭଳି ଯେତେବେଳେ ବି ଖାଇ ପାରିବେ। ଏହି ସାଗୁ ପଖାଳ ଯେତିକି ସ୍ୱାଦିଷ୍ଟ, ଶରୀର ପ୍ରତି ସେତିକି ଭଲ । ଥରେ କରି ଦେଖନ୍ତୁ ତ ? ପାଟିରୁ ଛାଡ଼ିବ ନାହିଁ । ବିଶେଷ କରି ଉପାସିଆ ଲୋକଙ୍କୁ ବେଶ୍‌ ଭଲ ଲାଗିବ ଏହି ସାଗୁ ପଖାଳ ବା ସାଗୁ ସର୍ବତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.