ଆପଣ ଓଦା କେଶରେ କରୁଛନ୍ତି କି ଏଭଳି ବଦମାସୀ, ହୋଇଯାଆନ୍ତୁ ସାବଧାନ!

ଆଜିକାଲି ପ୍ରତ୍ୟେକଙ୍କ ପାଖରେ କେଶ ସମସ୍ୟା ଦେଖାଦେଉଛି। କେଶକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି, ଯାହାକି ସେମାନଙ୍କ ପାଇଁ କ୍ଷତି ପହଞ୍ଚାଉଛି। ଏଭଳି ସ୍ଥିତିରେ ଯଦି ଆପଣ କେଶର ଠିକ୍‌ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ମହଙ୍ଗା କସ୍‌ମେଟିକ୍‌ ନୁହେଁ, ବରଂ ଘରୋଇ ଉପାୟରେ ନିଅନ୍ତୁ କେଶର ଉଚିତ ଯତ୍ନ। ସାଧାରଣତଃ କେଶକୁ ନେଇ ଆମେ ଅନେକ ଭୁଲ୍‌ କରିଦେଇଥାଉ, ଯାହାଫଳରେ କେଶ ଦୁର୍ବଳ ହୋଇ ଝଡ଼ିବାକୁ ଲାଗିଥାଏ। କିଛି କଥାକୁ ଯଦି ଆପଣ କାମରେ ଲଗାଇ ପାରିବେ, ତା’ହେଲେ ନିଜ କେଶକୁ ୫୦ରୁ ଅଧିକ ପ୍ରତିଶତ ପଯ୍ୟର୍ନ୍ତ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା ଚମତ୍କାରୀ ଟିପ୍ସ।

-ଯଦି ଆପଣ ଓଦା କେଶକୁ ତଉଲିଆରେ ରଗଡ଼ୁଛନ୍ତି, ତା’ହେଲେ ଏପରି କରନ୍ତୁ ନାହିଁ। କାରଣ, ଏହାଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଏ। ଆପଣ ଚାହିଁଲେ କେଶ ଉପରେ ତଉଲିଆ ରଖି କେବଳ ଦବେଇ ପାରିବେ। ଏମିତି କରିବାରେ କେଶରେ ଥିବା ସବୁ ପାଣି ତଉଲିଆରେ ପଳେଇ ଆସିଥାଏ ଏବଂ କେଶ ଝଡ଼ି ନ ଥାଏ। ଆଉ ମଧ୍ୟ ଆପଣ ଶୁଖିଲା ତଉଲିଆରେ ଓଦା କେଶକୁ ଗୁଡ଼ାଇପାରିବେ।

-ତରବରିଆ ଭାବେ ଅଧିକାଂଶ ମହିଳା ଓଦା କେଶରେ ଡ୍ରାୟର ବ୍ୟବହାର କରିଥାଆନ୍ତି। ଏମିତି କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ନମନିୟତା ହରାଇ ବସିବ ଏବଂ ରୁକ୍ଷ ହୋଇଯିବ।

ଏହାସହ ପଢ଼ନ୍ତୁ: ଝଡ଼ୁଥିବା କେଶ ପାଇଁ ବରଦାନ ଅଟେ ଗ୍ଲିସରିନ୍‌, ଜାଣନ୍ତୁ ଫାଇଦା

-ଯଦି ଆପଣ ଘରେ ଅଛନ୍ତି, ଆଉ କେଶକୁ ଧୋଉଛନ୍ତି। ତା’ହେଲେ ଧୋଇବା ପରେ ଏହାକୁ ବାନ୍ଧନ୍ତୁ ନାହିଁ। କେଶକୁ ଖୋଲା ରଖି ଶୁଖିବାକୁ ଦିଅନ୍ତୁ। ଏହାଦ୍ୱାରା କେଶ ଝଡ଼ିବାର ସମ୍ଭାବନା କମ୍‌ ଥାଏ।

-ଅଧିକାଂଶ ମହିଳା ଏବଂ ଯୁବତୀ ଓଦା କେଶକୁ ପାନିଆରେ କୁଣ୍ଡାଇ ଥାଆନ୍ତି। ଏହାଠାରୁ ଦୂରେଇ ରୁହନ୍ତୁ। କାରଣ, ଓଦା କେଶ ଦୁର୍ବଳ ଥାଏ। କେଶ ପୂରା ଶୁଖିଯିବା ପରେ କୁଣ୍ଡାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.