Below header

ଆଜି ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିଭାଷଣ ଉପରେ ସମସ୍ତଙ୍କ ନଜର

କେନ୍ୟୁଜ୍(ବ୍ୟୁରୋ): ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କଣ କହିବେ ମୋଦି ତା ଉପରେ ରହିଛି ସମସ୍ତଙ୍କ ନଜର । ଜାତିସଂଘ ସାଧାରଣ ପରିଷଦ ବୈଠକ ଭାରତୀୟ ସମୟ ସଂଧ୍ୟା ୬ଟା ୩୦ରେ ଆରମ୍ଭ ହେବ । ତେବେ ଭାରତୀୟ ସମୟ ରାତି ୮ଟାରୁ ୯ଟା ମଧ୍ୟରେ ମୋଦି ଉଦବୋଧନ ଦେବାର ସମ୍ଭାବନା ରହିଛି । ଦାରିଦ୍ର୍ୟ ଦୂରୀକରଣ ନେଇ ପଦକ୍ଷେପ, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା, ଆତଙ୍କବାଦର ମୁକାବିଲା ଓ ଜଳବାୟୁ ପରିବର୍ତ୍ତନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ସ୍ଥାନ ପାଇପାରେ । ବିଶେଷକରି ପାକିସ୍ତାନ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଉପରେ ଗୁରୁତ୍ୱାରୋପ କରିପାରନ୍ତି ମୋଦି । ଏହାସହ ଜଳବାୟୁ ପରିବର୍ତ୍ତନ, ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ, ବିଶ୍ୱ ସମୁଦାୟରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଥିବା ବେଳେ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ମୋଦିଙ୍କ ଅଭିଭାଷଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଉଦ୍‌ବୋଧନ ଦେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.