ଆଉ ଏକ ମାମଲାରୁ ମୁକୁଳିଲେ ମାଓନେତା ସବ୍ୟସାଚୀ, ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ଆଉ ଏକ ମାମଲାରେ ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା। ୨୦୦୨ ଡିସେମ୍ବର ୫ତାରିଖ ଦିନ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟ୍‌ସ କଲେଜ ନିକଟରେ ପୋଲିସ ଭ୍ୟାନ୍‌ ଉପରକୁ ବୋମା ବସ୍ଫୋରଣ କରି ଉଡାଇଦେବା ଘଟଣାରେ ପୋଲିସ ସବ୍ୟସାଚୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ଆଜି ରାୟଗଡ଼ା ସିଜେଏମ୍‌ କୋର୍ଟ ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାୟଗଡ଼ା କୋର୍ଟରେ ସବ୍ୟସାଚୀ ପଣ୍ଡା ୪ଟି ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି।