ଭାରତରେ ସ୍ମାର୍ଟଓ୍ଵାଚ୍‌ର ବଜାର ପ୍ରବେଶ କରାଇଲା ‘Garmin’, ଏହି ମୂଲ୍ୟରେ ମିଳିଯିବ ଦୁଇ ଦୁଇଟି ଆଇଫୋନ୍‌!

ଆମେରିକାର ମଲ୍‌ଟିନ୍ୟାଶନାଲ୍‌ ଟେକ୍ନୋଲୋଜି କମ୍ପାନୀ ‘Garmin’ ଭାରତରେ ନିଜର ନୂଆ ମହଙ୍ଗା ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଇଛି। ଏହାକୁ କମ୍ପାନୀ ‘ମାର୍କ’ ନାଁ ଦେଇଛି। ଏହି କାଟାଗୋରିରେ ମାର୍କ ଡ୍ରାଇଭର, ମାର୍କ ଆଥଲେଟ, ମାର୍କ କ୍ୟାପଟେନ୍‌ ଏବଂ ମାର୍କ ଏକ୍ସପେଡିଶନ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ କରାଯାଇଛି।

ଏ ସମସ୍ତ ସ୍ମାର୍ଟଓ୍ଵାଚ୍‌ରେ ଅଲ୍‌ୱେଜ୍‌ ଅନ୍‌ ଡିସ୍‌ପ୍ଲେ, ଡିସ୍‌ପ୍ଲେ ପ୍ୟାନେଲ ଇନ୍‌ ସନ୍‌ଲାଇଟ୍‌ ଏବଂ ଜିପିଏସ୍‌ ଭଳି କେତେକ ସପୋର୍ଟ ଦିଆଯାଇଛି। ଏହାଛଡ଼ା ଏଥିରେ ନିଜସ୍ୱ ମ୍ୟୁଜିକ୍‌ ସିଷ୍ଟମ୍‌ ରହିଛି। Garmin ମାର୍କ ସିରିଜ୍‌ର ସ୍ମାର୍ଟଓ୍ଵାଚ୍‌ରେ ହାର୍ଟ ରେଟ୍‌ ମନିଟର ସହିତ Ox2 ସେନ୍ସର ମଧ୍ୟ ଦିଆଯାଇଛି।

wat5

ଏହି ସ୍ମାର୍ଟଓ୍ଵାଚ୍‌ରେ ୧୨ ଦିନର ବ୍ୟାଟେରି ବ୍ୟାକ୍‌ଅପ ରହିଛି। କେବଳ ଏତିକି ନୁହେଁ, ଅଲ୍‌ଟ୍ରା ଟ୍ରାକ୍‌ ମୋଡ୍‌ ମଧ୍ୟ ଅଛି, ଯାହାକୁ ଅନ୍‌ କରିବା ପରେ ବ୍ୟାଟେରି ବ୍ୟାକ୍‌ଅପ ୪୮ ଘଣ୍ଟା ପଯ୍ୟର୍ନ୍ତ ମିଳିପାରିବ।

Garmin ମାର୍କ ଡ୍ରାଇଭରକୁ ମୁଖ୍ୟତଃ ରେସ୍‌ କରୁଥିବା ଲୋକଙ୍କୁ ନଜରରେ ରଖି ଡିଜାଇନ୍‌ କରାଯାଇଛି। ଏହା ମାଧ୍ୟମରେ ରେସର ନିଜର ହାରାହାରି ଗତି ଯାଞ୍ଚ କରିପାରିବେ। ଏହାସହିତ ହାଇବ୍ରିଡ୍‌ ବ୍ରେସ୍‌ଲେଟ ମଧ୍ୟ ମିଳୁଛି। ସେହିପରି ମାର୍କ କ୍ୟାପଟେନ୍‌କୁ ଖାସ୍‌ କରି ମରିନ୍‌ଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ପବନର ଗତି, ତାପମାତ୍ରାକୁ ଟ୍ରାକ୍‌ କରିବା ଭଳି ଫିଚର ସବୁ ମିଳିବ। ମାର୍କ ଏକ୍ସପେଡିଶନରେ ମିନି ସାଟେଲାଇଟ୍‌ କମ୍ୟୁନିକେଟର ଦିଆଯାଇଛି, ଯାହାଦ୍ୱାରା ୟୁଜର୍ସ inReach ମିନି ଡିଭାଇସ୍‌ରେ କନେକ୍ଟ କରିପାରିବେ ଏବଂ କଥାବାର୍ତ୍ତା ମଧ୍ୟ ହୋଇପାରିବେ।

wat4

କ’ଣ ରହିଛି ଏହାର ମୂଲ୍ୟ

Garmin ମାର୍କ ଡ୍ରାଇଭରର ମୂଲ୍ୟ ରହିଛି ୨,୩୬,୯୯୦ ଟଙ୍କା। ସେହିପରି ମାର୍କ ଆଥଲେଟର ମୂଲ୍ୟ ୧,୪୧,୯୯୦ ଟଙ୍କା ଥିବା ବେଳେ ମାର୍କ କ୍ୟାପଟେନର ମୂଲ୍ୟ ୧,୭୪,୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଛଡ଼ା ମାର୍କ ଏକ୍ସପେଡିଶନର ମୂଲ୍ୟ ୧,୬୫,୯୯୦ ଟଙ୍କା ରହିଛି। ସମସ୍ତ ସ୍ମାର୍ଟଓ୍ଵାଚ୍‌ର ବିକ୍ରି Garminର ଅନ୍‌ଲାଇନ୍‌ ଷ୍ଟୋର୍‌ ଏବଂ ବାଙ୍ଗାଲୋର୍‌, ଦିଲ୍ଲୀ ଓ ନଏଡାର ଅଫ୍‌ଲାଇନ ଷ୍ଟୋର୍‌ରେ ଆରମ୍ଭ ହୋଇଗଲାଣି।