ଯାଜପୁର : ଅଚାନକ ଧର୍ମଶାଳା ତହସିଲରେ ପଶିଗଲେ ରାଜସ୍ୱ ମନ୍ତ୍ରୀ, ଆଉ ଏମିତି କିଛି କଲେ…

ଯାଜପୁର (କେନ୍ୟୁଜ୍‌) : ଅଚାନକ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଗସ୍ତରେ ପହଞ୍ଚିଗଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ମନ୍ତ୍ରୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ଜମିଜମା ସଂକ୍ରାନ୍ତ ବିଭିନ୍ନ ପ୍ରମାଣପତ୍ର, ବସୁନ୍ଧରା ଯୋଜନା ଆଦି ସରକାରୀ ଯୋଜନାର ସୁଫଳ ଜନସାଧାରଣ ପାଉଛନ୍ତି କି ନାହିଁ ତାର ସମୀକ୍ଷା କରିଥିଲେ। ଏଥିସହ କାର୍ଯ୍ୟାଳୟ ପରିସରରେ ଥିବା ଜନସାଧାରଣଙ୍କୁ ତହସିଲ କର୍ତ୍ତୃପକ୍ଷ ଠିକ ଭାବେ ସେବା ଯୋଗାଇ ଦେଉଛନ୍ତି ନା ନାହିଁ ସେ ସମ୍ପର୍କରେ ସିଧାସଳଖ ପଚାରି ବୁଝିଥିଲେ। ଏହି ତହସିଲ ଅଧୀନରେ ଥିବା ଖଣି ଖାଦାନ ଓ ବିଭିନ୍ନ ଉତ୍ସ ସମ୍ପର୍କରେ ସମୀକ୍ଷା କରଥିଲେ।

ମୋଟାମୋଟି ତହସିଲର କାର୍ଯ୍ୟଧାରା ସମ୍ପର୍କରେ ଜାଣି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରଥିବା ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ରସୁଲପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।