ଲଞ୍ଚ ହେବ ବିଶ୍ୱର ସବୁଠୁ ଶାନ୍ତ ଯୁଦ୍ଧ ଜାହାଜ ଆଇଏନଏସ ଖଣ୍ଡେରୀ

ଶତ୍ରୁ ମାନଙ୍କୁ କଡା ଜବାବ ଦେବା ପାଇଁ ‘ଆଇଏନଏସ ଖନ୍ଦେରୀ’ କୁ ଆସନ୍ତା ୨୮ ତାରିଖରେ  ଲଞ୍ଚ କରାଯିବ ।ଏହା ଦ୍ୱାରା ଭାରତୀୟ ନୌସେନାର ଶକ୍ତି  ବହୁ ଗୁଣ ବଢିବ  । ସମ୍ପୂର୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଜାହାଜଟି ଭାରତ ମହାସାଗର ମଧ୍ୟରେ ଚିନର ଆଧିପତ୍ୟକୁ  ସଫଳତାର ସହ ସାମ୍ନା କରିପାରିବାର କ୍ଷମତା ରଖିଛି । ୬୭ ମିଟର ଲମ୍ବା, ୬.୨ ମିଟର ଚୌଡା, ୧୨.୩ ଉଚ୍ଚତା ବିଶିଷ୍ଟ ଏହି ଯୁଦ୍ଧ ଜାହାଜ ର ଓଜନ ପ୍ରାୟ ୧୫୫୦ ଟନ | ଏହି ଯୁଦ୍ଧ ଜାହାଜ ଟିକୁ ଦୀର୍ଘ ୨ ବର୍ଷ ଧରି ପରୀକ୍ଷା କରାଯାଇଥିଲା । ଏହା ୩୬ ରୁ ଅଧିକ ନୌସେନା ଅଧିକାରୀଙ୍କୁ ଧାରଣ କରିବାର କ୍ଷମତା ରଖିଛି । ଏହା ସମୁଦ୍ରର ୩୦୦ ମିଟର ଗଭୀରକୁ ଯାଇ ପାରିବାର କ୍ଷମତା ରଖିଥିବା ବେଳେ ଏହା ବିଷୟରେ ଶତ୍ରୁ ମାନେ ସହଜରେ ଜାଣି ପାରିବେ ନାହିଁ । ଏହା ସମ୍ପୂର୍ଣ ରୂପେ ବ୍ୟାଟେରୀ ଦ୍ୱାରା ଚାଲିଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ ପାଣିରେ ରହିବା ପାଇଁ ଏଥିରେ ୭୫୦ କିଲୋ ଓଜନର ୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି । ରାଡ଼ାର,ସୋନର,ଇଂଜିନ ସମେତ ଏଥିରେ ଛୋଟ ବଡ କରି ୧୦୦୦ରୁ ଅଧିକ ଉପକରଣ ଲାଗିଅଛି ।

ଏହା ସହ ପଢ଼ନ୍ତୁ:

ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର ରଚୁଛି ଅଲକାଏଦା ଏବଂ ଆଇଏସ୍‌

ନୌସେନାରେ ସାମିଲ ହୋଇଥିବା ଏହି ଯୁଦ୍ଧ ଜାହାଜର ବିଶେଷତ୍ୱ:

୧. ଶତ୍ରୁ ପକ୍ଷର କୌଣସି ପ୍ରକାର ରାଡ଼ାର ଅଧୀନକୁ ଏହା ଆସିପାରିବ ନାହିଁ ।
୨. ନିଜ ଠାରୁ ୩୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ପକ୍ଷର ଜାହାଜକୁ ମଧ୍ୟ ଏହା ନଷ୍ଟ କରିଦେଇ ପାରିବ ।
୩.ଏହା ପାଣିରୁ ଜଳ ଓ ଜଳ ରୁ ଅନ୍ୟ କୌଣସି ଅନ୍ୟ କୌଣସି ସ୍ଥାନରେ ଥିବା ଯୁଦ୍ଧ ପୋସ୍ଥକୁ ସହଜରେ ନଷ୍ଟ କରିବାର କ୍ଷମତା ରଖିଛି ।
୪.ଘଣ୍ଟାକ ଭିତରେ ଏହା ୩୫ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ  ।
୫. ଏହା ୪୫ ଦିନ ପର୍ଯ୍ୟନ୍ତ ଜଳ ମଧ୍ୟରେ ରହିପାରିବ ।
୬. ଥରେ ପାଣିରେ ଓଲ୍ହାଇଲେ  ଆଇଏନଏସ ଖଣ୍ଡେରୀ ୧୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଲଗାତାର ଚାଲିପାରିବାର କ୍ଷମତା ରଖିଛି ।
୭.ଏହା ବିଶ୍ବର ସବୁଠାରୁ ଶାନ୍ତ ଜାହାଜ ଭାବେ ଦାବି କରାଯାଉଛି । ଏହା ଚାଲିବା ବେଳେ କୌଣସି ପ୍ରକାରର ଶବ୍ଦ କରିବ ନାହିଁ ।
୮..ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ଯୁଦ୍ଧ ଜାହାଜଟି ଷ୍ଟେଲଥ ଓ ଏୟାର ଇଂଡିପିଏନ୍ସ ଟେକ୍ନୋଲୋଜି ଦ୍ୱାରା ନିର୍ମିତ  । ତେଣୁ କରି ଏହା ଟର୍ପଇଡୋ ଓ ଟ୍ୟୁବ ଲଞ୍ଚ ଏନ୍ଟିସିପି ମିସାଇଲ ସହ ମଧ୍ୟ ଲଢ଼ିପାରିବ ।
ମରାଠା ସମୟର ଏକ ଦ୍ବୀପ ନାମରେ ଏହାର ନାମ କରଣ କରାଯାଇଛି । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହାକୁ ଲଞ୍ଚ କରାଯିବାକୁ ଯୋଜନା କରାଯାଇଥିବା ବେଳେ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଏହାକୁ ପ୍ରାୟ ଏକ ବର୍ଷ ବିଳମ୍ବରେ ଏହାକୁ ଲଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.