Below header

ଚିଲିକାରେ ପର୍ଯ୍ୟଟନ ଦିବସ ପାଳିତ, ଯୋଗଦେଲେ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଯୁବଗୋଷ୍ଠୀ ଓ ସାମ୍ବାଦିକ

ଟାଙ୍ଗୀ(କେନ୍ୟୁଜ୍):  ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଦେଶବ୍ୟାପି ଏହି ଦିବସକୁୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ସେହିପରି ଅନ୍ତର୍ଜାତୀୟ ଗ୍ରୀନ୍‌ ଆର୍ମି, ଭାରତ ଗ୍ରାମୀଣ ସେବା ଅନୁଷ୍ଠାନ ଏବଂ ମଙ୍ଗଳାଯୋଡି ଇକୋ ଟ୍ୟୁରିଜିମ୍‌ ସହଯୋଗରେ ଗ୍ରୀନ୍‌ ଆର୍ମି କମାଣ୍ଡର ଡକ୍ଟର ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଚିଲିକାର ମଙ୍ଗଳାଯୋଡିଠାରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଯୁବଗୋଷ୍ଠୀ, ସମାଜସେବୀଙ୍କ ସହ ସାମ୍ବାଦିକମାନେ ଶୋଭାଯାତ୍ରା କରିଥିଲେ । ଏଥିରେ ପରିବେଶ ସୁରକ୍ଷା,ପକ୍ଷୀ ସୁରକ୍ଷା ଏବଂ ଚିଲିକାସୁରକ୍ଷା ସହ ସବୁଜ ପରିବେଶ ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ସୁନ୍ଦର ଓଡ଼ିଶା ଏବଂ ସବୁଜ ଓଡ଼ିଶା ପାଇଁ ସମସ୍ତେ ଶପଥ ନେଇଥିଲେ । ଏହା ସହ ପ୍ରଥମଥର ପାଇଁ ମିଳିତ ଜାତିସଂଘରେ ପ୍ରତିିନିଧିତ୍ୱ କରୁଥିବାରୁ ଡକ୍ଟର ଶ୍ରୀଚନ୍ଦନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.