ମନୋରଂଜନ

୨୦୨୦ରେ ନଥିଲା ସିନେମା, ଥିଲା ଆତ୍ମହତ୍ୟା, ମୃତ୍ୟୁ, ଡ୍ରଗସ୍‌ ଅଭିଯୋଗ

ବିଦାୟୀ ବର୍ଷ ୨୦୨୦ ସୁଖ ଅପେକ୍ଷା ଦେଇଯାଇଛି ଅନେକ ଅପୂରଣୀୟ ଦୁଃଖ। କାହାର ସବୁ କିଛି ଛଡ଼ାଇ ନେଇ କରିଯାଇଛି ନିଃସ୍ୱ ତ ଆଉ କାହାର ମୁଣ୍ଡ ଉପରୁ ଉଠାଇଦେଇଛି ବାପାର ହାତ। ଗୋଟେ ପଟେ କରୋନା ଯୋଗୁ ମଣିଷ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଏହି କରୋନା ହିଁ ଛଡ଼ାଇ ନେଇଛି ଅନେକଙ୍କ ଆତ୍ମୀୟଙ୍କୁ। କେବଳ ସାଧାରଣ ଜନତା ନୁହେଁ, ସେଲିବ୍ରିଟିମାନେ ମଧ୍ୟ ଚଳିତବର୍ଷ କିଛି କମ୍‌ ଦୁଃଖ ଦେଖିନାହାନ୍ତି ଏହି ବିଦାୟୀ ବର୍ଷରେ। ବଲିଉଡ୍‌ ମଧ୍ୟ ୨୦୨୦ରେ ହରାଇଛି ଅନେକ ମୁରବୀଙ୍କୁ। ଏଥିସହ ଅସମୟରେ ଝଡ଼ିପଡ଼ିଛନ୍ତି ଅନେକ ଉଦୀୟମାନ କଳାକାର। ଅନ୍ୟମାନଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଥିବା ଫିଲ୍ମ ଇଣ୍ଡଷ୍ଟ୍ରୀ, ଚଳିତବର୍ଷ ଭାଙ୍ଗି ପଡ଼ିଛି କରୋନା ମାଡ଼ରେ। ତେବେ ବର୍ଷ ଶେଷରେ ଆସନ୍ତୁ ନଜର ପକାଇବା ୨୦୨୦ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଘଟିଥିବା କେତେକ ଘଟଣା ଓ ଦୁର୍ଘଟଣା ଉପରେ…

ବଲିଉଡ୍‌ରୁ ସବୁଦିନ ପାଇଁ ହଜିଗଲେ:

ଏପ୍ରିଲ ୨୯- ଇରଫାନ୍‌ ଖାନ୍‌

ଏପ୍ରିଲ ୩୦- ଋଷି କପୁର
ମେ ୨୪- ମୋହିତ ବଘେଲ
ଜୁନ୍‌ ୧- ଓ୍ଵାଜିଦ୍‌ ଖାନ୍‌
ଜୁନ୍‌ ୧୨- ଜଗେଶ ମୁକ୍ତି
ଜୁନ୍‌ ୧୪- ସୁଶାନ୍ତ ସିଂହ ରାଜପୁତ
ଜୁଲାଇ ୩- ସରୋଜ ଖାନ୍‌

ଜୁଲାଇ ୭- ହରିଶ ଶାହ
ଜୁଲାଇ ୮- ଜଗଦୀପ
ଜୁଲାଇ ୧୯- ରଜତ ମୁଖାର୍ଜୀ
ଜୁଲାଇ ୨୮- କୁମ୍‌କୁମ୍‌
ଅଗଷ୍ଟ ୬- ସମୀର ଶର୍ମା
ଅଗଷ୍ଟ ୧୧- ରାହତ ଇନ୍ଦୋରି

ଅଗଷ୍ଟ ୧୭- ନିଶିକାନ୍ତ କାମତ
ସେପ୍ଟେମ୍ବର ୮- ଜୟପ୍ରକାଶ ରେଡ୍ଡି
ସେପ୍ଟେମ୍ବର ୨୩- ଭୂପେଶ କୁମାର ପାଣ୍ଡ୍ୟା
ସେପ୍ଟେମ୍ବର ୨୫-ଏସ୍‌ପି ବାଲସୁବ୍ରମଣ୍ୟମ୍‌
ଅକ୍ଟୋବର ୪- ବିଶାଲ ଆନନ୍ଦ
ଅକ୍ଟୋବର ୫- ଅନୀଲ ଦେବଗନ୍‌
ନଭେମ୍ବର ୪- ଫରାଜ୍‌ ଖାନ୍‌

ହାତକୁ ଦି ହାତ ହେଲେ:

ନେହା କକ୍କର- ରୋହନପ୍ରୀତ ସିଂହ

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାନ୍‌କୋଭିକ୍‌

ଆଦିତ୍ୟ ନାରାୟଣ- ଶ୍ୱେତା ଅଗ୍ରଓ୍ଵାଲ

ରାଣା ଦଗ୍ଗୁବତି-ମିହିକା ବଜାଜ୍‌

କୁନାଲ ବର୍ମା-ପୂଜା ବାନାର୍ଜୀ

କାଜଲ ଅଗ୍ରଓ୍ଵାଲ-ଗୌତମ କିଚ୍‌ଲୁ

ଶାହିର ଶେଖ- ରୁଚିକା କପୁର

ସଙ୍ଗୀତା ଚୌହ୍ଵାନ- ମନୀଷ ରାଇସିଂହାନ୍‌

ଚଳିତବର୍ଷ ବଲିଉଡ୍‌ ପାଇଁ ସବୁଠୁ ବଡ଼ ଝଟ୍‌କା ଥିଲା ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ। ଜୁନ୍‌ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ଗଳିତ ଶବ ତାଙ୍କ ବେଡରୁମ୍‌ରୁ ଉଦ୍ଧାର ହୋଇଥିଲା। କେହି ଏହାକୁ ଆତ୍ମହତ୍ୟା କହୁଥିଲା ତ ଆଉ କିଏ ହତ୍ୟା। ଶେଷରେ ମାମଲା ସିବିଆଇ ହାତକୁ ଯାଇଥିଲା। ସିବିଆଇ ଯାଞ୍ଚ ବେଳେ ସୁଶାନ୍ତଙ୍କ ମୃତ୍ୟୁର ଚେର ଯାଇଁ ଡ୍ରଗ୍ସ ଲିଙ୍କ୍‌ ପାଖେ ପହଞ୍ଚିଥିଲା। ଏନ୍‌ସିବି ହାତକୁ କେସ୍‌ ଯିବା ପରେ ସୁଶାନ୍ତଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ପ୍ରଥମେ ବନ୍ଧା ହୋଇଥିଲେ। ପରେ ଏହି ମାମଲାରେ ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ଅର୍ଜୁନ୍‌ ରାମପାଲଙ୍କ ସମେତ ବହୁ ବଡ଼ ବଡ଼ କଳାକାର ପ୍ରମୁଖ ଛନ୍ଦି ହୋଇଥିଲେ।

ଅନ୍ୟପଟେ ଏହି ମାମଲାରେ ମୁହଁ ଖୋଲି କଙ୍ଗନା ରାଣାଓ୍ଵତ୍‌ ମଧ୍ୟ ବେଶ୍‌ ହଟହଟା ହୋଇଥିଲେ। ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ବିବାଦୀୟ ବୟାନ ଯୋଗୁ ଆକ୍ରୋଶମୂଳକ ଭାବେ ତାଙ୍କ ଅଫିସ ଭଙ୍ଗାରୁଜା କରିଥିଲା। ଏବେ ବି ଏହି ମାମଲା ତାଜା ଅଛି। ତେବେ ଏ ଥିଲା ୨୦୨୦ରେ ବଲିଉଡ୍‌ରେ ଘଟିଥିବା ଅନେକ ଅଗଣିତ ଘଟଣା ମଧ୍ୟରୁ କେତେକ ଚର୍ଚ୍ଚିତ ମାମଲା। ଆଶା କରୁଛୁ ୨୦୨୧ ବଲିଉଡ୍‌ ପାଇଁ ନେଇ ଆସିବ ଅସୁମାରି ଉତ୍ସାହ ଓ ଆନନ୍ଦ।

  • ଉପସ୍ଥାପନା – ତୃଷ୍ଣା ପ୍ରିୟଦର୍ଶିନୀ
WCW 11

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

18 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

19 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

54 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago