ଟେକ୍

ବର୍ଷ ଶେଷରେ ବଦଳିଲା ହ୍ଵାଟ୍ସଆପ୍‌ର ଅନ୍ଦାଜ୍‌, ଲଞ୍ଚ୍‌ କଲା ଅନେକ ଖାସ୍‌ ଫିଚର

ଚଳିତବର୍ଷ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ବେଶ୍‌ ଖାସ୍‌ ଥିଲା, କାରଣ କମ୍ପାନୀ ନିଜର ବହୁ ପ୍ରତୀକ୍ଷିତ ପେମେଣ୍ଟ ଫିଚର ‘WhatsApp Payment’ କୁ ଚଳିତବର୍ଷ ଲଞ୍ଚ୍‌ କରିଛି। କେବଳ ଏତିକି ନୁହେଁ ଚଳିତବର୍ଷ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ନୂଆ ଫିଚର ମଧ୍ୟ ଲଞ୍ଚ୍‌ କରିଛି ହ୍ଵାଟ୍ସଆପ୍‌। ଏଥିରେ Disappearing messages ଓ storage management tools ସମେତ କେତେକ ଖାସ୍‌ ଫିଚର ମଧ୍ୟ ସାମିଲ ଅଛି। ତେବେ ଆସନ୍ତୁ ଜାଣିବା ବର୍ଷ ୨୦୨୦ରେ ହ୍ଵାଟ୍ସଆପ୍‌ରେ କ’ଣ କ’ଣ ପରିବର୍ତ୍ତନ ହୋଇଛି…

WhatsApp Payment:

ଚଳିତବର୍ଷ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଲଞ୍ଚ୍‌ କରିଛି ପେମେଣ୍ଟ ଫିଚର। ଏହି ଫିଚର ମାଧ୍ୟମରେ ଆପଣ ନିଜ କଣ୍ଟାକ୍ଟରେ ଥିବା ଲୋକଙ୍କୁ ସହଜରେ ଟଙ୍କା ପଠାଇପାରିବେ। କେବଳ ଏତିକି ନୁହେଁ ଟଙ୍କା ଆଣି ବି ପାରିବେ। ଏହି ଫିଚର ପାଇଁ ୟୁଜର୍ସଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିବା ନମ୍ବରରେ ୟୁଜର୍ସ ଏହି ସୁବିଧାର ଲାଭ ଉଠାଇପାରିବେ।

WhatsApp Disappearing Messages :

ୟୁଜର୍ସଙ୍କ ପ୍ରାଇଭେସୀ ଓ ସିକ୍ୟୁରିଟିକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ଚଳିତବର୍ଷ Disappearing Messages ଫିଚର ଲଞ୍ଚ୍‌ କରିଛି। ଏହି ଫିଚର ଆପଣଙ୍କ ଚାଟ୍‌କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପରେ ଆପେ ଆପେ ଡିଲିଟ୍‌ କରିଦେବ। ଚାଟ୍‌ ସେଟିଂକୁ ଯାଇ ଏହି ସମୟସୀମାକୁ ଆପଣ ଏଡିଟ୍‌ କରିପାରିବେ।

Storage management tools :

ଚଳିତବର୍ଷ ହ୍ଵାଟ୍ସଆପ୍‌ ନିଜ ସହ storage management tools ଫିଚର ଯୋଡ଼ିଛି। ଏହି ଫିଚର ଅଦରକାରୀ ମିଡିଆ ଫାଇଲ୍‌କୁ ମ୍ୟାନେଜ୍‌ କରିବା ସହ ତାହାକୁ ଡିଲିଟ୍‌ ମଧ୍ୟ କରିଥାଏ।

WhatsApp Dark Mode :

ବର୍ଷ ଆରମ୍ଭରେ ହ୍ଵାଟ୍ସଆପ୍‌ ଡାର୍କ ମୋଡ୍‌ ଲଞ୍ଚ୍‌ କରିଥିଲା। ଏହି ଫିଚର ସ୍ମାର୍ଟଫୋନ୍‌ର ବ୍ୟାଟେରୀ ବ୍ୟାକ୍‌ ଅପ୍‌ ବଢ଼ାଇବା ପାଇଁ ବ୍ୟାକ୍‌ ଗ୍ରାଉଣ୍ଡକୁ ବ୍ଲାକ୍‌ କରିଥାଏ। ଏହା ଦ୍ୱାରା ରାତିରେ ହ୍ଵାଟ୍ସଆପ୍‌ ବ୍ୟବହାର କରିବା ବେଳେ ୟୁଜରଙ୍କ ଆଖି ଉପରେ ପ୍ରେସର ପଡ଼ିବ ନାହିଁ। ଏଥିସହ ବ୍ୟାଟେରୀ ବି କମ୍‌ ସରିବ।

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

27 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

58 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

1 hour ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago