ରାଜ୍ୟ

ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଜମୁଛି ଇକୋ ରିଟ୍ରିଟ୍, ତମ୍ବୁ ତଳେ ରାତି ବିତାଇବା ସହ ଭାସମାନ ରେଷ୍ଟୁରାଣ୍ଟର ମଜା ନେଉଛନ୍ତି ପର୍ଯ୍ୟଟକ

ରାଜନଗର: ରାଜ୍ଯରେ ଜାରି ରହିଛି ଶୀତର ଲହରୀ। ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଚାଲିଛି ପଯ୍ଯଟନର ଋତୁ। ବିଶେଷ ଭାବେ ପର୍ଯ୍ୟଟକ ମାନେ ଏହି ଭିତରକନିକାରେ ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ତେବେ ଚଳିତ ବର୍ଷ  ଭିତରକନିକାର ନଳିତା ପାଟିଆ ଠାରେ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ ପଯ୍ଯଟକଙ୍କ ମନ ମୋହୁଛି । ଦିନ ବେଳା ପର୍ଯ୍ଯଟକ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ରାତିରେ ଇକୋରିଟ୍ରିଟ୍‌ ରେ ବିଳାସ ପୂର୍ଣ୍ଣ କଟେଜରେ ତମ୍ବୁ ତଳେ ରାତି ବିତାଇବାକୁ ପର୍ଯ୍ଯଟକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ତମ୍ବୁ ତଳେ ରାତି ବିତାଇବା ସହ ପେଡାଲ ବୋଟ,ଦୁଃସାହସିକ କ୍ରୀଡା ଓ ଭାସମାନ ରେଷ୍ଟୁରାଣ୍ଟ ମଜା ନେବା ପାଇଁ ପଯ୍ଯଟକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି।

ଇକୋରିଟ୍ରିଟ୍‌ ରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଜଳପଥ ଓ ସ୍ଥଳ ପଥରେ ଭିତରକନିକାର ପରିଭ୍ରମଣ କରି ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି।ଦିନରେ ଭିତରକନିକାର ଶୋଭା ଅନୁଭବ କରୁଥିବାବେଳେ ରାତିରେ ବିଳାସ ପୂର୍ଣ କଟେଜରେ ରହିବା ସହ ନାଚ ଗୀତର ମଜା ନେଉଛନ୍ତି ପର୍ଯ୍ୟଟକ । ଇକୋ ରିଟ୍ରିଟ୍‌ ସ୍ଥଳରେ ଭାସ ମାନ ରେଷ୍ଟୁରାଣ୍ଟରେ ନିଆରା ଅନୁଭୂତି ସାଉଁଟୁଛନ୍ତି ପଯ୍ଯଟକ। ପଞ୍ଚତାରକା ହୋଟେଲ ଭଳି ଚାକ ଚକ୍ଯ ଭରା ୨୧ଟି ଅସ୍ଥାୟୀ ତମ୍ବୁ ପକାଯାଇଛି l ଇକୋରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ପଞ୍ଚତାରକା ହୋଟେଲରେ ରହିବା ଭଳି ସୁବିଧା ରହିଛି। ଇକୋରିଟ୍ରିଟରେ ରହୁଥିବା ପର୍ଯ୍ୟଟକମାନେ ବୋଟରେ ଭିତରକନିକା ପରିଭ୍ରମଣ କରିବା ବେଳେ କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀ ଓ ହରିଣ, ବାରାହା ଦେଖିବା ସହ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ବୁଲିବା,ଧଳା କୁମ୍ଭୀର ଗୋରୀ କୁ ଦେଖିବା ସହ ମିୟୁଜିୟମ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ ।

ପ୍ରଥମ ଥର ପାଇଁ ଭିତରକନିକାରେ ଏହି ଇକୋ ରିଟ୍ରିଟ ଆରମ୍ଭ ହେଇଛି। ଇକୋ ରିଟ୍ରିଟ ପ୍ରବେଶ ପଥ କୁ ଆକର୍ଷଣୀୟ ଭାବେ ସଜା ଯାଇଛି। ପ୍ରବେଶ ପଥରେ କୃତ୍ରିମ ଝରଣା ସହ କଇଁଛ,ହରିଣ, ଦେଶ ବିଦେଶରେ ପକ୍ଷୀ ବଉଳା କୁମ୍ଭୀର ଦେଖିବାକୁ ମିଳୁଛି । ଇକୋରିଟ୍ରିଟ ପରିସରରେ ୧୫ଟି ପ୍ରିମୀୟମ ସୁଇସ କଟେଜ,ତିନୋଟି ରୟାଲ କଟେଜ, ଓ ତିନୋଟି ରାୟଲ ଫାମିଲି କଟେଜ ରହିଛି। ଗୋଟିଏ ଦିନ ଓ ରାତି ରହଣି ଓ ପରିଭ୍ରମଣ ପାଇଁ ସର୍ବନିମ୍ନ ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୧୬ ହଜାର ଟଙ୍କା ଯାଏ ପ୍ଯାକେଜ କରାଯାଇଛି। ପ୍ରିମୀୟମ ସୁଇସ କଟେଜ ୯ ହଜାର,ରୟାଲ କଟେଜ ର ଦାମ ୧୨ ହଜାର ଥିବା ବେଳେ ରୟାଲ ଫ୍ଯାମିଲ କଟେଜ ର ଦାମ ୧୬ ହଜାର ଟଙ୍କା ରହିଛି। ଏହି ପ୍ଯାକେଜରେ ରହଣି ବ୍ଯତିତ, ଚା କଫି ସହିତ ଖାଦ୍ୟ ପେୟ ଭ୍ରମଣ ଓ ମନୋରଞ୍ଜନର ସୁବିଧା ନେଉଛନ୍ତି।  ବିଶେଷକରି  ଭାସ ମାନ ରୋସ୍ତରାରେ ଖାଇବାର ନିଆରା ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ତେବେ ଭିତରକନିକାରେ ପ୍ରଥମ ଥର ପାଇଁ ଇକୋ ରିଟ୍ରିଟ ହୋଇଥିବାବେଳେ , ଏଠାରେ  ରହିବା ସହ ପ୍ରାକୃତିକ ସୌନ୍ଦର୍ଯ୍ଯର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି ।

 

 

Sonalisa

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

24 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

56 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

58 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago