ମନୋରଂଜନ

ଅକ୍ଟୋବର ୭ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’, ସାମ୍ନାକୁ ଆସିଲା ସୋ’ର ଫାଷ୍ଟ ଝଲକ୍‌

ଟିଭି ଦୁନିଆର ଅତି ଲୋକପ୍ରୀୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌’ । ଏହାର ଅନେକ ସିଜିନ୍‌ ଯାଇସାରିଛି । ଏବେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଅକ୍ଟୋବର ୭ରେ ସୋନି ଟିଭିରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ତେବେ ଲୋକମାନେ ଏହି ସୋ’କୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏବେ ଦର୍ଶକମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଅକ୍ଟୋବର ୭ରୁ ସୋନି ଟିଭିରେ ଶନିବାର ଓ ରବିବାର ରାତି ୮ରେ ଏହି ସୋ ଦର୍ଶକମାନଙ୍କ ସାମ୍ନାକୁ ଆସିବାକୁ ଯାଇଛି ।

ତେବେ ଏହି ସୋ’ର ଫାଷ୍ଟ ପ୍ରୋମ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି । ଯେଉଁଥିରେ ସୋ ର ପ୍ରତିଯୋଗୀ ଆଧ୍ୟାଙ୍କ ଗୀତ ଗାଇବାର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ତେବେ ଭିଡିଓରେ ଦେଖିପାରିବେ ଯେ ଆଧ୍ୟାଙ୍କ ସ୍ୱର ଶୁଣିବା ପରେ ସୋ ର ଜଜ୍‌ ବହୁତ ଉତ୍ସାହିତ ହୋଇ ପଡିଛନ୍ତି । ଆଧ୍ୟା ମିଶ୍ର ଫରିଦାବାଦରେ ରୁହନ୍ତି । ଆଧ୍ୟା ଚମତ୍କାର ଭାବେ ଗୀତ ଗାଇ ସୋ’ର ପ୍ରତିଯୋଗୀ ଭାବେ ମନୋନିତ ହୋଇଛନ୍ତି । ଭିଡିଓର ପୁରା ଝଲକ ଏବେ ସାମ୍ନାକୁ ଆସିଛି । ତେବେ ସୋ’ର ଜଜ୍‌ ଆଧ୍ୟାଙ୍କର ଅନେକ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି  । ଏଥିରୁ ଜଣା ପଡୁଛି ଯେ ଏଥର ସୋ’ ରେ ଜବରଦସ୍ତ ପ୍ରତିଯୋଗୀ ମାନଙ୍କୁ ଦେଖିବାକୁ ମିଳିବ ।

ତେବେ ଏଥର ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ରେ ହୋଷ୍ଟ ଏବଂ ଜଜ୍‌ ବଦଳିଛନ୍ତି । ଏଥର ଜଜ୍‌ଙ୍କ ପ୍ୟାନେଲରେ କୁମାର ସାନୁ, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନି ନଜର ଆସିବାକୁ ଯାଉଛନ୍ତି । ଏହା ସହ ହୁସେନ୍‌ କୁଭର୍ଜାଲା ମଧ୍ୟ ସୋ’ ର ନୂଆ ହୋଷ୍ଟ ଭାବେ ନଜର ଆସିବାକୁ ଯାଉଛନ୍ତି।

ଏହା ଏକ ସିଗିଂଗ୍ ରିଆଲିଟି ସୋ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି । ତେବେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ପ୍ରତିଯୋଗୀ ବଛା ହୋଇ ‘ଇଣ୍ଡିଆନ୍‌ ଆଇଡଲ୍‌’ ଷ୍ଟେଜ୍‌କୁ ଆସିଥାନ୍ତି । ଏହି ସୋ ଲୋକମାନଙ୍କର ଅତି ପ୍ରିୟ ରିଆଲିଟି ସୋ ଭାବେ ଗଣାଯାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago