ମନୋରଂଜନ

କ୍ୟାଟ୍‌ଙ୍କୁ ବାହା ହେବା ପରେ ପରେ ବିକ୍କିଙ୍କ ନାମରେ ଥାନାରେ ମାମଲା, ଜାଣନ୍ତୁ କାହିଁକି ?

ବଲିଉଡ ଅଭିନେତା ବିକ୍କି କୌଶଲ ନିକଟରେ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହାପରେ ପୁଣି ଥରେ ବିକ୍କି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବିକ୍କିଙ୍କ ନାମରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାମଲା ଦାଏର କରାଯାଇଛି। ଇନ୍ଦୋରରେ ଦାଏର ହୋଇଥିବା ମାମଲା ମୁତାବକ, ବିକ୍କି ଏବଂ ସାରା କିଛିଦିନ ପୂର୍ବରୁ ଯେଉଁ ବାଇକ୍‌ରେ ବୁଲୁଥିଲେ ତାର ନମ୍ବର ଏତଲା ଦେଇଥିବା ବ୍ୟକ୍ତିଙ୍କ ଗାଡି ନମ୍ବର ସହିତ ସମାନ। ଯାହାକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରାଯାଇଛି। ଏହାକୁ ନେଇ ବ୍ୟକ୍ତି ଜଣକ ଇନ୍ଦୋର ଥାନାରେ ମାମଲା ଦାଏର କରିଛନ୍ତି।

ଖବର ମୁତାବକ, ମାମଲା ଦେଇଥିବା ଜୟ ସିଂ ଯାଦବ କହିଛନ୍ତି, ଫିଲ୍ମରେ ଏକ ସିନ୍‌ରେ ବ୍ୟବହାର କରାଯାଇଥିବା ବାଇକ୍‌ରେ ଯେଉଁ ନମ୍ବର ରହିଛି, ତାହା ମୋର। ମୁଁ ଜାଣିନାହିଁ କି, ଫିଲ୍ମ ୟୁନିଟ୍‌ ମେମ୍ବରକୁ ଏହା ବିଷୟରେ ଜଣାଅଛି କିମ୍ବା ନାହିଁ। କିନ୍ତୁ ମୋ ବିନା ଅନୁମତିରେ ବାଇକ୍‌ ନମ୍ବରକୁ ବ୍ୟବହାର କରାଯାଇଛି। ତେଣୁ ମୁଁ ପୋଲିସ ଷ୍ଟେସନରେ ମାମଲା ଦାଏର କରିଛି। ଆଉ ଏହି ମାମଲାର ତଦନ୍ତ ହେବା ଜରୁରୀ।

ମାମଲା ଦାଏର ହୋଥିବା ଥାନାର ସବଇନ୍ସପେକ୍ଟର କହିଛନ୍ତି, ଆମକୁ ଯେଉଁ ଅଭିଯୋଗ ଆସିଛି, ତାହାକୁ ନେଇ ତଦନ୍ତ ହେବ। ଗାଡିର ନମ୍ବର ପ୍ଲେଟ ଅବୈଧ ଭାବେ ବ୍ୟବହାର କରାଯାଇଛି କି ନାହିଁ ଜାଣିବା ପରେ ମୋଟର ବାହନ ଅଧିନିୟମ ପ୍ରାବଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିକ୍କି ଏବଂ ସାରାଙ୍କର କିଛି ଫଟୋ ଭାଇରଲ ହୋଇଥିଲା। ଯେଉଁଥିରେ ଦୁହେଁ ଏକ ବାଇକରେ ବସି ଇନ୍ଦୋର ରାସ୍ତାରେ ବୁଲୁଥିବା ନଜର ଆସିଥିଲେ। ଦୁହେଁ ଅପକମିଂ ଫିଲ୍ମର ସୁଟିଂ କରୁଥିଲେ। ଯାହାର ନାମ ‘ଲୁକ୍କା ଛୁପି ୨’। ଏହି ସମୟରେ ସାରା ମଥାରେ ସିନ୍ଦୁର ଲଗାଇଥିବା ଫଟୋ ବେଶ୍‌ ଭାଇରଲ ହୋଇଥିଲା।

ବିକ୍କି ଏବଂ କ୍ୟାଟ୍ରିନା ରାଜସ୍ଥାନର ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡା ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ ବରୁନ ଧଓ୍ଵନ, ରୋହିତ ସେଟ୍ଟୀ, କରନ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନି ମାଥୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଏବଂ ନତାଶା ଦଲାଲ ପ୍ରମୁଖ ସେଲିବ୍ରିଟି ଭାବେ ସାମିଲ ରହିଥିଲେ। ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହୋଇଥିଲା।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

18 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

22 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

24 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

30 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

42 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

48 mins ago