କ୍ୟାଟ୍ଙ୍କୁ ବାହା ହେବା ପରେ ପରେ ବିକ୍କିଙ୍କ ନାମରେ ଥାନାରେ ମାମଲା, ଜାଣନ୍ତୁ କାହିଁକି ?

ବଲିଉଡ ଅଭିନେତା ବିକ୍କି କୌଶଲ ନିକଟରେ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ। ଏହାପରେ ପୁଣି ଥରେ ବିକ୍କି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବିକ୍କିଙ୍କ ନାମରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାମଲା ଦାଏର କରାଯାଇଛି। ଇନ୍ଦୋରରେ ଦାଏର ହୋଇଥିବା ମାମଲା ମୁତାବକ, ବିକ୍କି ଏବଂ ସାରା କିଛିଦିନ ପୂର୍ବରୁ ଯେଉଁ ବାଇକ୍ରେ ବୁଲୁଥିଲେ ତାର ନମ୍ବର ଏତଲା ଦେଇଥିବା ବ୍ୟକ୍ତିଙ୍କ ଗାଡି ନମ୍ବର ସହିତ ସମାନ। ଯାହାକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରାଯାଇଛି। ଏହାକୁ ନେଇ ବ୍ୟକ୍ତି ଜଣକ ଇନ୍ଦୋର ଥାନାରେ ମାମଲା ଦାଏର କରିଛନ୍ତି।
ଖବର ମୁତାବକ, ମାମଲା ଦେଇଥିବା ଜୟ ସିଂ ଯାଦବ କହିଛନ୍ତି, ଫିଲ୍ମରେ ଏକ ସିନ୍ରେ ବ୍ୟବହାର କରାଯାଇଥିବା ବାଇକ୍ରେ ଯେଉଁ ନମ୍ବର ରହିଛି, ତାହା ମୋର। ମୁଁ ଜାଣିନାହିଁ କି, ଫିଲ୍ମ ୟୁନିଟ୍ ମେମ୍ବରକୁ ଏହା ବିଷୟରେ ଜଣାଅଛି କିମ୍ବା ନାହିଁ। କିନ୍ତୁ ମୋ ବିନା ଅନୁମତିରେ ବାଇକ୍ ନମ୍ବରକୁ ବ୍ୟବହାର କରାଯାଇଛି। ତେଣୁ ମୁଁ ପୋଲିସ ଷ୍ଟେସନରେ ମାମଲା ଦାଏର କରିଛି। ଆଉ ଏହି ମାମଲାର ତଦନ୍ତ ହେବା ଜରୁରୀ।
ମାମଲା ଦାଏର ହୋଥିବା ଥାନାର ସବଇନ୍ସପେକ୍ଟର କହିଛନ୍ତି, ଆମକୁ ଯେଉଁ ଅଭିଯୋଗ ଆସିଛି, ତାହାକୁ ନେଇ ତଦନ୍ତ ହେବ। ଗାଡିର ନମ୍ବର ପ୍ଲେଟ ଅବୈଧ ଭାବେ ବ୍ୟବହାର କରାଯାଇଛି କି ନାହିଁ ଜାଣିବା ପରେ ମୋଟର ବାହନ ଅଧିନିୟମ ପ୍ରାବଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।
We received a complaint, will see whether number plate was misused. Action to be taken as per provisions in Motor Vehicle Act. If film unit is in Indore, will try probing them:Rajendra Soni,SI,Banganga on an allegedly fake no. plate used in a movie sequence by actor Vicky Kaushal pic.twitter.com/laCIBbEWML
— ANI (@ANI) January 1, 2022
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିକ୍କି ଏବଂ ସାରାଙ୍କର କିଛି ଫଟୋ ଭାଇରଲ ହୋଇଥିଲା। ଯେଉଁଥିରେ ଦୁହେଁ ଏକ ବାଇକରେ ବସି ଇନ୍ଦୋର ରାସ୍ତାରେ ବୁଲୁଥିବା ନଜର ଆସିଥିଲେ। ଦୁହେଁ ଅପକମିଂ ଫିଲ୍ମର ସୁଟିଂ କରୁଥିଲେ। ଯାହାର ନାମ ‘ଲୁକ୍କା ଛୁପି ୨’। ଏହି ସମୟରେ ସାରା ମଥାରେ ସିନ୍ଦୁର ଲଗାଇଥିବା ଫଟୋ ବେଶ୍ ଭାଇରଲ ହୋଇଥିଲା।
ବିକ୍କି ଏବଂ କ୍ୟାଟ୍ରିନା ରାଜସ୍ଥାନର ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡା ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ ବରୁନ ଧଓ୍ଵନ, ରୋହିତ ସେଟ୍ଟୀ, କରନ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନି ମାଥୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଏବଂ ନତାଶା ଦଲାଲ ପ୍ରମୁଖ ସେଲିବ୍ରିଟି ଭାବେ ସାମିଲ ରହିଥିଲେ। ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହୋଇଥିଲା।