ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ, ୨୪ ଘଣ୍ଟାରେ ୪୨୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫ ପ୍ରତିଶତ । ଖୋର୍ଦ୍ଧାରେ ପଜିଟିଭିଟି ରେଟ୍‌ ରହିଛି ୨.୫ ପ୍ରତିଶତ ।

ରାଜ୍ୟରେ ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୬୮ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୬୭ ଜଣ । ୨୪ ଘଣ୍ଟାରେ ୬୧ ହଜାର ୬୫୨ ଜଣଙ୍କର କୋଭିଡ ଟେଷ୍ଟିଂ ହୋଇଛି । ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ପୁଣି ୨ ହଜାର ଟପିଛି ଆକ୍ଟିଭ୍‌ କେସ୍‌ । ଆଜି ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨ହଜାର ୭୮ ।

ସେହିପରି ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ ୨୮୪ ପ୍ରାଣ ହରାଇଛନ୍ତି । ଆକ୍ଟିଭ୍‌ କେସ୍‌ ୧ଲକ୍ଷ ୨୨ ହଜାର ୮୦୧ । ଗତକାଲି ଆସିଥିଲା ୨୨ ହଜାର ୭୭୫ ନୂଆ କରୋନା କେସ୍‌ । ସେହିଭଳି ଓମିକ୍ରନ କେସ ୧ ହଜାର ୫୨୫ରେ ପହଁଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୬୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିଲ୍ଲୀରେ ୩୫୧ ଓମିକ୍ରନ କେସ୍‌ । ଗୁଜରାଟରେ ୧୩୬, ତାମିଲନାଡୁ ୧୧୭ ଓ କେରଳରେ ୧୦୯ କେସ୍‌ ସାମନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.