ସମସ୍ତ ରିଚାର୍ଜ ହେଲା ଫେଲ୍‌! Jioର ଏହି ପ୍ଲାନରେ Netflix-Prime ମାଗଣା, ଦାମ୍‌ ୪୦୦ ଟଙ୍କାରୁ କମ୍‌

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭିଆଇ ନିଜର ପ୍ରିପେଡ୍ ପ୍ଲାନକୁ ଡିସେମ୍ବରରେ ମହଙ୍ଗା କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ନିଜ ଲାଗି ଠିକ୍ ପ୍ଲାନ ବାଛିବା ଗ୍ରାହକମାନଙ୍କ ପାଇଁ କଷ୍ଟକର ହୋଇ ପଡୁଛି। କିଛି ଉପଭୋକ୍ତାଙ୍କୁ ଅଧିକ ଡାଟା ସହିତ OTT ପ୍ଲାନର ସଦସ୍ୟତା ମଧ୍ୟ ଦରକାର। ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ୪୦୦ ଟଙ୍କାରୁ କମ୍ ଏବଂ ଏଥିରେ କଲିଂ ଓ ଡାଟା ସହିତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ହଟଷ୍ଟାରର ସବସ୍କ୍ରିପସନ୍ ମଧ୍ୟ ଏକାଠି ମିଳି ପାରିବ।

ଜିଓର ୪୦୦ ଟଙ୍କାରେ ଶସ୍ତା ପ୍ଲାନ

ଆମେ ଏଠାରେ ଯେଉଁ ପ୍ଲାନ ବିଷୟରେ କଥା ହେଉଛୁ, ଏହାର ମୂଲ୍ୟ ରହିଛି ୩୯୯ ଟଙ୍କା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ଏକ ପୋଷ୍ଟପେଡ୍ ପ୍ଲାନ। ଅନେକ ଉପଭୋକ୍ତା ପୋଷ୍ଟପେଡ୍ ପ୍ଲାନକୁ ମହଙ୍ଗା ବୋଲି ଭାବି ଥାଆନ୍ତି, କିନ୍ତୁ ଏଠାରେ ଆମେ ଆପଣଙ୍କୁ କହିବୁ କି, ଏହା କିଭଳି ଏକ ସୁଲଭ ପ୍ଲାନ ପ୍ରମାଣିତ ହୋଇ ପାରିବ। ପ୍ରଥମେ ଜାଣିବା ଯେ ଏହି ପ୍ଲାନରେ ଆପଣଙ୍କୁ କ’ଣ କ’ଣ ଲାଭ ମିଳିବାକୁ ଯାଉଛି।

ଏହି ପ୍ଲାନରେ ଆପଣଙ୍କୁ ପ୍ରତି ମାସରେ ୭୫ GB ଡାଟା ମିଳିବ। ଅର୍ଥାତ୍‌ ଆପଣ ଯଦି ଚାହିଁବେ, ତ ପ୍ରତିଦିନ ୨.୫ GB ଡାଟା ବ୍ୟବହାର କରି ପାରିବେ। ୭୫ GB ଡାଟା ସରିଯିବା ପରେ ପ୍ରତି GB ପିଛା ୧୦ ଟଙ୍କା ଚାର୍ଜ ନିଆଯିବ। ଏଥିରେ ୨୦୦ GB ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ମଧ୍ୟ ମିଳିଥାଏ। ଏହା ସହିତ ଅନଲିମିଟେଡ୍‌ କଲିଂ ଏବଂ ପ୍ରତିଦିନ ୧୦୦ SMS ଆପଣ ପାଇ ପାରିବେ। ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ, ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନି + ହଟଷ୍ଟାର, JioTV, JioSecurity, ଏବଂ JioCloudର ସୁବିଧା ବି ମିଳି ପାରିବ।

କେମିତି ପଡ଼ିବ ପ୍ରିପେଡ୍ ପ୍ଲାନଠୁ ଶସ୍ତା

ଆପଣଙ୍କୁ କହି ରଖୁଛୁ କି, ଏହି ପ୍ଲାନ ଜିଏସ୍‌ଟି ପରେ ମାସିକ ୪୭୦ ଟଙ୍କା ଯୋଜନା ହୋଇଥାଏ। ଯଦି ଆପଣ Jioର ଦୈନିକ ୨ GB ପ୍ଲାନ ନେଉଛନ୍ତି, ତା’ ହେଲେ ୨୮ ଦିନିଆ ପ୍ଲାନର ମୂଲ୍ୟ ୨୯୯ ଟଙ୍କା ହେବ। ଅର୍ଥାତ୍‌ ପୋଷ୍ଟପେଡ୍ ପ୍ଲାନଠାରୁ ୫୦୦MB କମ୍। କେବଳ ଏତିକି ନୁହେଁ, ନେଟଫ୍ଲିକ୍ସ ପ୍ଲାନର ଦାମ୍‌ ପ୍ରତି ମାସରେ ୧୪୯ ଟଙ୍କା ହୋଇଥାଏ। ଏହିପରି ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ମୋଟ ଖର୍ଚ୍ଚ ୪୪୮ ଟଙ୍କା ହୋଇଯାଏ। ଗୋଟିଏ ବର୍ଷ ପାଇଁ ଡିସ୍ନି + ହଟଷ୍ଟାରର ଦାମ୍‌ ୪୯୯ ଟଙ୍କା ଏବଂ ଆମାଜନ ପ୍ରାଇମର ଦାମ୍‌ ବାର୍ଷିକ ୧୪୯୯ ଟଙ୍କା ରହିଛି। ଏହିଭଳି ଭାବେ ଏକ ପ୍ରିପେଡ୍ ପ୍ଲାନ ଏବଂ ଜିଓର ପୋଷ୍ଟପେଡ୍ ପ୍ଲାନ ମଧ୍ୟରେ ଅଧିକ ପାର୍ଥକ୍ୟ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.