ମନୋରଂଜନ

ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କଲେ ଆମିରଙ୍କ ଝିଅ ଇରା, ଖୁବଶୀଘ୍ର କରିବେ ବିବାହ

ଆମିର ଖାନଙ୍କ ଝିଅ ଇରା ଖାନ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ ହୋଇସାରିଛି। ଦୀର୍ଘଦିନ ଧରି ସେ ତାଙ୍କ ପ୍ରେମିକ ନୁପୂର ଶିଖରେଙ୍କ ସହ ରିଲେନସିପରେ ରହିଛନ୍ତି । କିଛି ସମୟ ପୂର୍ବେ ନୁପୂର ଇରାଙ୍କୁ ପ୍ରପୋଜ୍ କରିଥିଲେ। ଏବେ ଦୁହେଁ ମୁମ୍ବାଇରେ ନିର୍ବନ୍ଧ କରିଛନ୍ତି। ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିଲେ। ଆମିର ଖାନଙ୍କ ପୁରା ପରିବାର ଏହି ଉତ୍ସବରେ ଯୋଗ ଦେଇଥିଲା । ବଲିଉଡର ମଧ୍ୟ କିଛି ଜଣାଶୁଣା ସେଲିବ୍ରିଟି ଏଠାରେ ଯୋଗ ଦେଇଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି ।

ନିର୍ବନ୍ଧ ସରିବା ପରେ ଦୁହେଁ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ କହିଛନ୍ତି। ଏହି ପାର୍ଟିରେ ଆମିର ଖାନ ମଧ୍ୟ ଧଳା କୁର୍ତ୍ତାରେ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲେ। ଏହା ବ୍ୟତୀତ କିରଣ ରାଓ, ଇରାଙ୍କ ଭାଇ ଜୁନାଦ ଖାନ, ଆଜାଦ ରାଓ ଖାନଙ୍କ ସମେତ ସମଗ୍ର ପରିବାର ଉପସ୍ଥିତ ରହି ଖୁସି ରହିଥିବା ନଜର ଆସିଛନ୍ତି ।

ଇରା ଏବଂ ନୁପୂର ଦୁହେଁ ଲକଡାଉନ ସମୟରେ ପରସ୍ପରର ନିକଟତର ହୋଇଥିଲେ। ୨୦୨୦ରେ ଦୁହିଁଙ୍କର ଦେଖା ହୋଇଥିଲା। ନୁପୂର ଇରାଙ୍କ ଜିମ୍‌ ଟ୍ରେନର ରହିଥିଲେ। ତା’ ପରେ ଇରା ଇନଷ୍ଟାଗ୍ରାମରେ ନିଜ ସଂପର୍କକୁ ନେଇ ଘୋଷଣା କରିଥିଲେ।

ଆମିରଙ୍କ ଝିଅ ଇରା ସବୁବେଳେ ନିଜର ଫ୍ୟାଶନ ଅନ୍ଦାଜ ନେଇ ଲାଇମଲାଇଟରେ ରୁହନ୍ତି। ଭିନ୍ନ ଭିନ୍ନ ଷ୍ଟାଇଲରେ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।

ଇରା ଖାନ ଏମିତି ଜଣେ ଷ୍ଟାର କିଡ୍‌, ଯିଏ ଏ ପର୍ଯ୍ୟନ୍ତ ଫିଲ୍ମରେ ପାଦ ରଖି ନାହାନ୍ତି। ଏହାସତ୍ତ୍ୱେ ସେ ବହୁତ ଫେମସ୍‌ ଅଛନ୍ତି। ଇରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ସବୁବେଳେ ନିଜ ହୃଦୟର କଥା ଫ୍ୟାନ୍‌ମାନଙ୍କ ସାମ୍ନାରେ ବର୍ଣ୍ଣନା କରନ୍ତି। ସେ ନିଜ ଜୀବନ ସହ ଜଡିତ ଅନେକ କଥା ବି ସୋସିଆଲ ମିଡିଆରେ ଖୁଲାସା କରି ସାରିଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ନେଇ ଇରା ବହୁତ ସଚେତନ ରୁହନ୍ତି ଏବଂ ପ୍ରତ୍ୟେକ ଥର ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ କଥା ହୁଅନ୍ତି। ନିକଟରେ ସେ ନିଜ ସହ ଜଡିତ ଏକ ବଡ଼ ଖୁଲାସା ମଧ୍ୟ କରିଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago