Categories: ମନୋରଂଜନ

ସେଟରୁ ଅଭିଷେକଙ୍କ ଲୁକ୍ ହେଲା ଲିକ୍, କାନ୍ଧରେ ଗାମୁଛା ସହ ଇ-ରିକ୍ସାରେ ଆସିଲେ ନଜର

ମୁମ୍ବାଇ : ସୁଟିଂ ସେଟ୍‌ରୁ ଲିକ୍‌ ହୋଇଛି ଅଭିଷେକ ବଚ୍ଚନଙ୍କ ଫଟୋ। ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି ଜୁନିଅର ବଚ୍ଚନ। ଫିଲ୍ମର ଟାଇଟଲ ଏଯାଏଁ ସ୍ଥିର ହୋଇନାହିଁ। ଲିକ୍‌ ହୋଇଥିବା ଫଟୋରେ ଅଭିଷେକଙ୍କୁ ଟପୋରୀ ଲୁକ୍‌ରେ ଦେଖିବାକୁ ମିଳିଛି। ଫିଲ୍ମରେ ଅଭିଷେକଙ୍କ କ୍ୟାରେକ୍ଟର ରଫ୍‌ ଆଣ୍ଡ ଟଫ୍‌ ଲୁକ୍‌ ରହିବ ବୋଲି ଶୁଣିବାକୁ ମିଳୁଛି।

ସେଟରୁ ଏକ ଭିଡ଼ିଓ ମଧ୍ୟ ଲିକ୍ ହୋଇଛି ଯେଉଁଥିରେ ଦୁଇ ପୋଲିସ କର୍ମଚାରୀଙ୍କ ପାଖରୁ ଅଭିଷେକ ଖସି ଯାଉଥିବାର ଦେଖିବାକୁ ମିଳିଛି। ଏଠାରେ ଅଭିଷେକ ଖାକି ରଙ୍ଗର ପୋଷକ ପିନ୍ଧିଥିବା ବେଳେ କାନ୍ଧରେ ଗାମୁଛା ପକାଇଥିବା ନଜର ଅସୁଛନ୍ତି। ଖାଲି ସେତିକି ନୁହଁ ସେ ଇ-ରିକ୍ସା ଚଲାଉଥିବାର ଦେଖାଦେଇଛନ୍ତି।

କିଛି ଦିନ ତଳେ ରିଲିଜ ହୋଇଥିବା ମନମର୍ଜିୟାଁ ଜରିଆରେ ବଲିଉଡ୍‌ରେ କମ୍‌ବ୍ୟାକ କରିଛନ୍ତି ଅଭିଷେକ ବଚ୍ଚନ। ଫିଲ୍ମରେ ଅଭିଷେକଙ୍କ ସହ ଲିଡ୍‌ ରୋଲ୍‌ରେ ଥିଲେ ତାପସୀ ପନ୍ନୁ ଓ ଭିକ୍କି କୌଶଲ। ଫିଲ୍ମରେ ଅଭିଷେକଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ। ତେବେ ଫିଲ୍ମ ବକ୍ସ ଅଫିସରେ ଆଭେରେଜ ବିଜନେସ କରିଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

38 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago