ସେଟରୁ ଅଭିଷେକଙ୍କ ଲୁକ୍ ହେଲା ଲିକ୍, କାନ୍ଧରେ ଗାମୁଛା ସହ ଇ-ରିକ୍ସାରେ ଆସିଲେ ନଜର

ମୁମ୍ବାଇ : ସୁଟିଂ ସେଟ୍ରୁ ଲିକ୍ ହୋଇଛି ଅଭିଷେକ ବଚ୍ଚନଙ୍କ ଫଟୋ। ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି ଜୁନିଅର ବଚ୍ଚନ। ଫିଲ୍ମର ଟାଇଟଲ ଏଯାଏଁ ସ୍ଥିର ହୋଇନାହିଁ। ଲିକ୍ ହୋଇଥିବା ଫଟୋରେ ଅଭିଷେକଙ୍କୁ ଟପୋରୀ ଲୁକ୍ରେ ଦେଖିବାକୁ ମିଳିଛି। ଫିଲ୍ମରେ ଅଭିଷେକଙ୍କ କ୍ୟାରେକ୍ଟର ରଫ୍ ଆଣ୍ଡ ଟଫ୍ ଲୁକ୍ ରହିବ ବୋଲି ଶୁଣିବାକୁ ମିଳୁଛି।
ସେଟରୁ ଏକ ଭିଡ଼ିଓ ମଧ୍ୟ ଲିକ୍ ହୋଇଛି ଯେଉଁଥିରେ ଦୁଇ ପୋଲିସ କର୍ମଚାରୀଙ୍କ ପାଖରୁ ଅଭିଷେକ ଖସି ଯାଉଥିବାର ଦେଖିବାକୁ ମିଳିଛି। ଏଠାରେ ଅଭିଷେକ ଖାକି ରଙ୍ଗର ପୋଷକ ପିନ୍ଧିଥିବା ବେଳେ କାନ୍ଧରେ ଗାମୁଛା ପକାଇଥିବା ନଜର ଅସୁଛନ୍ତି। ଖାଲି ସେତିକି ନୁହଁ ସେ ଇ-ରିକ୍ସା ଚଲାଉଥିବାର ଦେଖାଦେଇଛନ୍ତି।
କିଛି ଦିନ ତଳେ ରିଲିଜ ହୋଇଥିବା ମନମର୍ଜିୟାଁ ଜରିଆରେ ବଲିଉଡ୍ରେ କମ୍ବ୍ୟାକ କରିଛନ୍ତି ଅଭିଷେକ ବଚ୍ଚନ। ଫିଲ୍ମରେ ଅଭିଷେକଙ୍କ ସହ ଲିଡ୍ ରୋଲ୍ରେ ଥିଲେ ତାପସୀ ପନ୍ନୁ ଓ ଭିକ୍କି କୌଶଲ। ଫିଲ୍ମରେ ଅଭିଷେକଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ। ତେବେ ଫିଲ୍ମ ବକ୍ସ ଅଫିସରେ ଆଭେରେଜ ବିଜନେସ କରିଥିଲା।