ମନୋରଂଜନ

ଆଉ ନାହାନ୍ତି ‘ଥ୍ରୀ ଇଡିୟଟ୍ସ’ର ଲାଇବ୍ରେରିଆନ୍‌ ଅଖିଲ ମିଶ୍ରା, ବିଲ୍ଡିଂରୁ ଖସି ଅଭିନେତାଙ୍କ ମୃତ୍ୟୁ

ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଲୋକପ୍ରିୟ ହୋଇଥିବା ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହାଇଦ୍ରାବାଦରେ ସୁଟିଂ କରୁଥିଲେ। ସେଠାରେ କୌଣସି ଏକ ବିଲ୍ଡିଂରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସାଙ୍ଗ ତଥା ଆକ୍ଟିଂ କୋଚ୍‌ କୁଲବିନ୍ଦର ବଖ୍‌ସି ଅଖିଲଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଅଖିଲ ତାଙ୍କ କ୍ୟାରିୟରରେ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ କାମ କରିଛନ୍ତି। ସେ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହୋଇ ରହିଥିଲେ। କିନ୍ତୁ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଦୁବେଙ୍କ ଭୂମିକାରୁ ତାଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା। ଟିଭି ସିରିଏଲ୍‌ ‘ଉତରନ୍‌’ରେ ଉମେଦ ସିଂ ବୁଦେଲାଙ୍କ ଚରିତ୍ରରେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା।

ଅଖିଲଙ୍କ ଜର୍ମାନ ପତ୍ନୀ ସୁଜୈନ ବର୍ଣ୍ଣେଟ୍‌ ମଧ୍ୟ ପେସାରେ ଜଣେ ଅଭିନେତ୍ରୀ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ଅଖିଲଙ୍କ ପ୍ରଥମ ପତ୍ନୀ ଥିଲେ ମଞ୍ଜୁ ମିଶ୍ରା। ୧୯୮୩ରେ ବିବାହ ପରେ ଉଭୟଙ୍କର ୧୯୯୭ରେ ଛାଡ଼ପତ୍ର ହୋଇଯାଇଥିଲା। ଅଖିଲ, ସୁଜୈନ ବର୍ଣ୍ଣାଟଙ୍କୁ ୨୦୦୯ରେ ଦ୍ୱିତୀୟ ବିବାହ କରିଥିଲେ। ଉଭୟ ସ୍ୱାମୀ, ସ୍ତ୍ରୀ ଏକାଠି ଅନେକ ପ୍ରୋଜେକ୍ଟ କରିଛନ୍ତି। ଫିଲ୍ମ ‘କର୍ମ’, ଟିଭି ଶୋ’ ‘ମେରା ଦିଲ୍‌ ଦିଓ୍ଵାନା’, ଶର୍ଟ ଫିଲ୍ମ ‘ମଜନୁ କି ଜୁଲିଏଟ୍‌’ରେ ଦୁହେଁ ଷ୍ଟେଜ୍‌ ସେୟାର କରିଥିଲେ।

Roshni

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

32 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

43 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

53 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

1 hour ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

1 hour ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

2 hours ago